Monday, November 23, 2026
ADVERTISEMENT
Home କନ୍ଧମାଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାର ୪୮ ଘଣ୍ଟା ପରେ ବି ପୋଲିସ୍ ର...

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାର ୪୮ ଘଣ୍ଟା ପରେ ବି ପୋଲିସ୍ ର ହାତଖାଲି

ଗ୍ରାମବାସୀଙ୍କ ଆନ୍ଦୋଳନର ଚେତାବନୀ

674
ADVERTISEMENT

କନ୍ଧମାଳ ,୧୪।୧୨(ଡି.ଏଚ/ସୁରେଶ ପଣ୍ଡା) : ବହୁଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ୪୮ ଘଣ୍ଟା ପୁରିଥିଲେ ବି ପୋଲିସ୍ ର ହାତଖାଲି। ପରିବାର ଲୋକଙ୍କ ଏତଲା କ୍ରମେ ପୋଲିସ୍ ଥାନାରେ ମାମଲା ରୁଜୁ କରି କିଛି ଲୋକଙ୍କୁ ପଚରାଉଚୁରା କରୁଛି କିନ୍ତୁ ଏ ଯାଏଁ ଅପରାଧୀର ଟେରପାଉନି ପୋଲିସ ସ୍ପଷ୍ଟ ଦିବାଲୋକରେ ଥାନାଠାରୁ ମାତ୍ର ଶହେ ମିଟର ଦୂରତାରେ ଗୁଳିକାଣ୍ଡ ଘଟିଥିବାରୁ ଲୋକେ ଭୟଭିତ ଅଛନ୍ତି। ଏହି ମର୍ଡର ଘଟଣାରେ ସୁପାରି କିଲରଙ୍କୁ ସୁପାରିଦେଇ ମର୍ଡର କରାଯାଇଥିବା ନେଇ ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସମ୍ପାଦକଙ୍କ ସମେତ ଚାରିଭାଇଙ୍କୁ ଡାକି ପୋଲିସ୍ ପଚରାଉଚୁରା କରୁଛି। ମୃତ ସୂଚନା ଅଧିକାର କର୍ମୀ କନ୍ଧମାଳରେ ଚାଲିଥିବା ପି ଡି ଏସ୍ ଦୁର୍ନୀତି ସାରଂଗଡ କଲେଜର ବିଲ୍ଡି ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ମଦ ଲାଇସେନ୍ସ ନବୀକରଣ ଓ ବିଭିନ୍ନ ଠିକାଦାର ସଂସ୍ଥାକୁ ଆର ଟି ଆଇ ମାଗିଥିଲେ।ଦୁର୍ନୀତିର ପର୍ଦ୍ଦାଫାସ ଭୟରେ ଅଭିମନ୍ୟୁକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।ଭି ଓ ସେଦିନଥିଲା ମଙ୍ଗଳବାର ସକାଳ ସାତଟା ତିରିଶି ମିନିଟ ଦୁଇ ଦୁର୍ବୃତ୍ତ ବାଇକରେ ଆସି ଅଭିମନ୍ୟୁଙ୍କୁ ଡାକିଲେ ଏବଂ କିଛି କାଗଜ ଦେଖାଇ କୌଶଳ କ୍ରମେ ଗେଟ୍ ବାହାରୁ ଡାକିଆଣିଲେ । ସେତେବେଳେ ଲୋକଙ୍କ ଗହଳି ଚହଳି ଲାଗିରହିଥାଏ ।କେହି କିଛି ବୁଝିବା ଆଗରୁ ପକେଟ୍ରୁ ପିସ୍ତଲ ବାହାର କରି ଆଖି ପିଛୁଳାକେ ଫାୟାରିଂ କରି ବାଇକ୍ ରେ ଚମ୍ପଟ ମାରିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗନ୍ନାଥ ମନ୍ଦିର ଦେବତ୍ତୋର ବିଭାଗକୁ ଯିବା ଘଟଣା ହେଉ ଅବା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାକୁ ସୂଚନା ଅଧିକାର ଆଇନ୍ ବଳରେ ସୂଚନା ମାଗି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ନେତା ଓ ଠିକାଦାର ସଂସ୍ଥାଙ୍କ ସହିତ ଶତ୍ରୁତା ସୃଷ୍ଟି ହୋଇଥିଲା।ଏପରିକି ପୂର୍ବରୁ ବହୁ ଧମକ ଦେବାନେଇ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ଆଳରେ ପୋଲିସ୍ ସମୟ ଗଡାଇ ଚାଲୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅଶାନ୍ତି ଦାନାବାନ୍ଧୁଛି ଖୁବ୍ ଶିଘ୍ର ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧି ଓ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଦୃଢ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ

।

Advertisement