ପାରଳାଖେମୁଣ୍ଡି,୧୩।୧୨(ଡି.ଏଚ/ପ୍ରଭାତ କୁମାର ପାତ୍ର) : -ପାରଳାଖେମୁଣ୍ଡି ସ୍ଥିତ ଆନ୍ଦ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମୁଖରେ ଥିବା ପାଖରୀ ମଧ୍ୟ ଜଳାଶୟ ପାର କରିବା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିଥିଲେ ଗଜପତି ଆରକ୍ଷୀ ଅଧ୍ୟକ୍ଷ ସାରା ଶର୍ମା । ବନ୍ୟା ଓ ବାତ୍ୟା ଭଳି ପ୍ରାକୁତିକ ବିପର୍ଯୟ ସମୟରେ କିଭଳି ତାର ମୁକାବିଲା କରିପାରିବେ ଜଳ ବନ୍ଧି ମଧ୍ୟରୁ କିପରି ସୁରକ୍ଷିତ ସ୍ଥାନକୁ ଯିବେ ତାର ତରିକା ଶିଖାଇଛନ୍ତି ଓଡିଶା ମାଉଟେନିଂ ଆଣ୍ଡ ସ୍ପୋଟ୍ସ କ୍ଳାଇମ୍ବିଂ ଦୋଳ । ଅଭିରେଷ୍ଟ ପର୍ବତାରୋହଣକାରୀ ଯୋଗାଅଭ୍ୟାସ ଭୋଇଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାକୁ ଆସିବା ପାଇଁ ଓ ଏହିଭଳି ତରିକା ଶିଖେଇବା ପାଇଁ SP ସାରା ଶର୍ମା ସେମାନଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଜଳାଶୟ ପାର କରିବା ତରିକା ଶିଖିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନବିଭାଗ ଅଧିକାରୀ ବିବେକ କୁମାର, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏବଂ ବହୁ ପୋଲିସ କର୍ମଚାରୀ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।




















