Monday, September 21, 2026
ADVERTISEMENT
Home ଜାତୀୟ ସେନା-ଆତଙ୍କୀ ମୁହାଁମୁହିଁ: ୪ ଆତଙ୍କବାଦୀ ନିହତ

ସେନା-ଆତଙ୍କୀ ମୁହାଁମୁହିଁ: ୪ ଆତଙ୍କବାଦୀ ନିହତ

332
ADVERTISEMENT

ନୂଆଦିଲ୍ଲୀ, ୨୩/୬(ଡ଼ିଏଚବି): ଆଜି ଜାମୁ-କଶ୍ମୀରର ଶୋପିଆନ ଜିଲ୍ଲା ଅନ୍ତର୍ଗତ କିଗମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ, ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି।

କୌଣସି ସୂତ୍ରରୁ ସୂଚନାପାଇ, ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଥିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଆତଙ୍କବାଦୀମାନେ ଲୁଚିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ଘେରି ଯାଇଥିଲେ ଓ ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟବେଳେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ତେବେ ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ଆଉ ଦୁଇଜଣଙ୍କ ମୃତଦେହ ଠାବ କରାଯାଇଥିଲା। ମୃତ ଆତଙ୍କବାଦୀଙ୍କ ପରିଚୟ ଅବା ସେମାନେ କେଉଁ ସଂଗଠନ ପାଇଁ କାମ କରୁଥିଲେ, ସେନେଇ କିନ୍ତୁ କିଛି ସ୍ପଷ୍ଟ ହୋଇନାହିଁ।

Advertisement