Wednesday, August 19, 2026
ADVERTISEMENT
Home ଜାତୀୟ ତ୍ରିପୁରା ରଚିଲା ଇତିହାସ: ଗୋଟିଏ ମିନିଟ୍‌ରେ ଲଗାଇଲା ୬,୫୦୦ ବୃକ୍ଷ

ତ୍ରିପୁରା ରଚିଲା ଇତିହାସ: ଗୋଟିଏ ମିନିଟ୍‌ରେ ଲଗାଇଲା ୬,୫୦୦ ବୃକ୍ଷ

420
ADVERTISEMENT

ନୂଆଦିଲ୍ଲୀ, ୨୨/୬(ଡ଼ିଏଚବି): ଗୋଟିଏ ମିନିଟ୍‌ରେ ପ୍ରାୟ ୬ ହଜାର ପାଞ୍ଚଶହ ବୃକ୍ଷରୋପଣ କରି ଇତିହାସ ରଚିଛି ତ୍ରିପୁରା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ତ୍ରିପୁରାବାସୀ ଓ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତ୍ରିପୁରାକୁ ସବୁଜ ପ୍ରଦେଶ ବନାଇବାରେ ଏହା ବେଶ୍‌ ସହାୟକ ହେବ ବୋଲି ସେ କହିଛନ୍ତି। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବାରୁ ସମସ୍ତେ ଗଛଟିଏ ଲଗାଇବା ଜରୁରୀ ବୋଲି ସେ କହିଛନ୍ତି। ସେଥିପାଇଁ ତ୍ରିପୁରା ସରକାର ଏହି ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛନ୍ତି। ତେବେ, ଯିଏ ରାସ୍ତାକଡରେ ରହୁଥିବା ପାଖାପାଖି ୨ଲକ୍ଷ ଲୋକଙ୍କ ଘର ବାହାରେ ଗଛ ଲଗାଇବ ତା’କୁ ମାସକୁ ୨୦୦ ଟଙ୍କା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଶନିବାର ତ୍ରିପୁରାର ଗୋମତୀ ଜିଲ୍ଲାରେ ପ୍ରଶାସନ ଓ ବନ ବିଭାଗ ସହଯୋଗରେ ବନ ମହୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ସମେତ ଯୋଗଦେଇ ବନ ବିଭଗର ବହୁ ଅଧିକାରୀ ମଧ୍ୟ ଯୋଗଦେଇଥିଲେ।

Advertisement