ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

370
ADVERTISEMENT

କୋଟଗଡ,୧୦/୧୨,(ଡି.ଏଚ/ନଳୀନି କାନ୍ତ ମିଶ୍ର) : ସନ୍ଥ ଶ୍ରୀ ଆଶାରାମ ବାପୁ କଲେଜ ପରିସରରେ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ କଲେଜ ପରିସରରେ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ କୋଟଗଡ ଥାନା ଭରା ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ହରମୋହନ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଡକ ସୁରକ୍ଷା ବିଷୟ ନେଇ ବୁଝାଇଥିଲେ l ବାଇକରେ ଯାତ୍ରା କଲାବେଳେ ହେଲମେଟ ଲଗାଇ ବାଇକ ଚଲାଇବା ଓ ବିନା ଲାଇସେନ୍ସ ରେ ଗାଡି ନ ଚଲାଇବା ସିଟ ବେଲ୍ଟ ବାନ୍ଧି ଗାଡି ଚଲାଇବା ରାସ୍ତାରେ ଗଲା ବେଳେ ନିୟମ ମାନି ଚଲାଇବା ବାଇକ ଚଲେଇଲାବେଳେ ଫୋନେରେ କଥା ନ ହେବା ଇତ୍ୟାଦି ବିଷୟରେ ଶ୍ରୀଯୁକ୍ତ I.I.C ସାର ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ଓ ପରେ କଲେଜର ପ୍ରିନସିପାଲ ଶ୍ରୀଯୁକ୍ତ ନେତ୍ରଭାନୁ ପାଇକ ଓ ଯୋଗୀରାଜ ସିଂ ଓ କଲେଜର ଅନ୍ୟାନ୍ୟ ଅଧ୍ୟାପିକା ଓ ଅଧ୍ୟାପକ ସଡ଼କ ସୁରକ୍ଷା ବିଷୟରେ ବୁଝାଇଥିଲେ ଓ ଆଜିର ମଞ୍ଚାସିନରେ ଭାଗ ନେଇଥିବା ଶ୍ରୀ ଦେବେନ୍ଦ୍ର ପ୍ରଧାନ ପୋଲିଟିକାଲ ଅଧ୍ୟାପକ ଓ ଗଣେଶ୍ୱର ଶଙ୍କାରି, ନୁରସିଂହ ଚରଣ ଗୌଡ଼, ପ୍ରକାଶ କୁମାର ପାଣିଗ୍ରାହୀ, ହେମନ୍ତ ବଡ଼ସେଠ, ବିକ୍ରମ କେଶରୀ ସାହୁ ସଚେତନ ସଭା ରେ ଭାଗ ନେଇଥିଲେ ଓ ସଡକ ସୁରକ୍ଷା ରାଲିରେ ବଜ଼ାରରେ ବୁଲି ଲୋକମାନଙ୍କୁ ସଚେତନ କରି ନୁଆଁ ନିୟମ ବିଷୟରେ ବୁଝାଇ ଥିଲେ l

Advertisement