Wednesday, September 23, 2026
ADVERTISEMENT
Home ଖେଳ ବିଶ୍ୱକପ୍‌: ଆଫଗାନିସ୍ତାନକୁ ୨୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତୀୟ ଦଳ

ବିଶ୍ୱକପ୍‌: ଆଫଗାନିସ୍ତାନକୁ ୨୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତୀୟ ଦଳ

332
ADVERTISEMENT

ନୂଆଦିଲ୍ଲୀ, ୨୨/୬(ଡ଼ିଏଚବି): ଟିମ୍‌ ଇଣ୍ଡିଆ ଶନିବାର ଆଫଗାନିସ୍ତାନ ବିପକ୍ଷରେ ୨୨୪ ରନ୍‌ ସ୍କୋର କରିଛି। ଭାରତ ଯଦିଓ ବିଶାଳ ସ୍କୋର କରିପାରି ନାହିଁ, ତଥାପି ଏକ ସମ୍ମାନଜନକ ସ୍କୋର କରିପାରିଛି କୁହାଯାଇପାରେ।

ବିଶ୍ୱକପ୍‌ର ୨୮ତମ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାଉଥମ୍ପଟନ୍‌ସ୍ଥିତ ଦ ରୋଜ ବାଉଲ ଷ୍ଟାଡିୟମ୍‌ରେ ଭାରତ ଆରମ୍ଭରୁ ଧୀମା ଗତିରେ ବ୍ୟାଟିଂ କରିଥିଲା। ପ୍ରଥମରୁ ହିଁ କୋହଲି ବାହିନୀ ଆଫଗାନିସ୍ତାନର ସ୍ପିନ ବୋଲିଂ ଫାଶରେ ଛନ୍ଦି ହୋଇଯାଇଥିଲେ। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୨୪ ରନ୍‌ କରିବା ପରେ ଆଫଗାନିସ୍ତାନକୁ ବର୍ତ୍ତମାନ ୨୨୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

Advertisement