Monday, November 23, 2026
ADVERTISEMENT
Home ଜାତୀୟ ଦିଲ୍ଲୀ କାରଖାନା ଅଗ୍ନିକାଣ୍ଡରେ ୪୩ ମୃତ; ତଦନ୍ତ ଆଦେଶ ଦେଲେ ଅରବିନ୍ଦ କେଜ୍ରିଓ୍ଵାଲ୍‌

ଦିଲ୍ଲୀ କାରଖାନା ଅଗ୍ନିକାଣ୍ଡରେ ୪୩ ମୃତ; ତଦନ୍ତ ଆଦେଶ ଦେଲେ ଅରବିନ୍ଦ କେଜ୍ରିଓ୍ଵାଲ୍‌

289
ADVERTISEMENT

ନୂଆଦିଲ୍ଲୀ,୮/୧୨ (ଡି.ଏଚ): ରବିବାର ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଦୁଃଖଦାୟକ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି,ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି: ଅତି ଦୁଃଖଦାୟକ ଘଟଣା। ଘଟଣାର ମାଜିଷ୍ଟରୀୟ ତଦନ୍ତ ପାଇଁ ମୁଁ ଆଦେଶ ଦେଇଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତମାନଙ୍କର ଡାକ୍ତରୀ ଖର୍ଚ୍ଚ ସରକାର ବହନ କରିବେ। ପୀଡ଼ିତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ମୃତ ବୋଲି ଡାକ୍ତରମାନେ କହିଥିବା କଥା ପୁଲିସ କହୁଛି। ଅନେକ ଶବ ପୋଡ଼ି ଅଙ୍ଗାର ହୋଇଯାଇଥିବାରୁ ଚିହ୍ନଟ କରାଯାଇ ପାରୁନାହିଁ। ଅନ୍ୟ କେତେକ ଧୂଆଁରେ ରୁନ୍ଧି ହୋଇ ମରିଛନ୍ତି।

Advertisement