Wednesday, September 23, 2026
ADVERTISEMENT
Home କୋରାପୁଟ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ...

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମହିଳା ମୃତ, ପାଞ୍ଚ ଗୁରୁତର

567
ADVERTISEMENT

ବୋରିଗୁମ୍ମା,୭।୧୨(ଡି.ଏଚ/ଦୟାନିଧି ପଟନାୟକ): ବୋରିଗୁମ୍ମା ରୁ ଜୟପୁର କୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ ହଡ଼ପା ଛକ ଠାରେ ଠିଆ ହୋଇଥିବା ଏକ ଟ୍ରକକୁ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତୁ ହେବା ସହ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାମ ରୁପେଇ ହାଲବା ଘର ଜୟପୁର ବ୍ଲକ ବଡ କାଉଡି ଗ୍ରାମରେ ବୋଲି ଜଣାଯାଇଛି। ପ୍ରକାଶ ଥାଉ କି ମହାବାହୁ ନାମକ ଯାତ୍ରୀବାହୀ ବସ(od 24 6752) ଟି ବୋରିଗୁମ୍ମାରୁ ଜୟପୁର ଯାଉଥିଲା। ହଡ଼ପା ଛକ ଠାରେ ଠିଆ ହୋଇଥିବା ଟ୍ରକ ( or 09 n 5529 )କୁ ପଛ ପଟୁ ଧକ୍କା ଦେଇଥିଲା। ଯାତ୍ରୀବାହୀ ବସର ସାମନା ଭାଙ୍ଗିରୁଜି ଯାଇଛି। ବସର ସାମନା ସିଟରେ ବସିଥିବା ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଏସ.ଜନାର୍ଦନ, ଘର କୋଟପାଡ଼, ପି.ଉଶାରାଣୀ ଘର କୋଟପାଡ଼, ସତ୍ୟ ପ୍ରକାଶ ହରିଜନ ଘର ଚାରଗାଁ, ରମେଶ ଘର ଆମ୍ବାଗୁଡା, ଅଶ୍ୱିନୀ କୁମାର ମଣ୍ଡଳ ଘର ଉମରକୋଟ । ଦମକଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଜୟପୁର ଓ କୋରାପୁଟ ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି।।ଯାତ୍ରୀବାହୀ ବସର ଡ୍ରାଇଭର ଫେରାର ଥିବା ପୋଲିସ କହିଛି। ଦୁର୍ଘଟଣା ବସକୁ ପୋଲିସ ଜବତ କରି ଅଧିକ ତଦନ୍ତ କରୁଛି। ଯାତ୍ରୀବାହୀ ବସ ର ଡ୍ରାଇଭର ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଲା ବୋଲି ପ୍ରତକ୍ଷ ଦର୍ଶୀ କହିଛନ୍ତି। ଏ ନେଇ ବୋରିଗୁମ୍ମା ଥାନାରେ ଏକ ମାମଲା ରୁଜୁ ହୋଇଛି।

Advertisement