ହକି: ଫାଇନାଲରେ ଭାରତ; ଅଲିମ୍ପିକ୍‌ କ୍ୱାଲିଫାୟର୍ସ ସ୍ଥାନ ପକ୍କା

172
ADVERTISEMENT

ନୂଆଦିଲ୍ଲୀ, ୨୨/୬(ଡ଼ିଏଚବି): ଶନିବାର ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ସ୍ଥାନ ପକ୍କା କରିଛି। ହିରୋଶିମାଠାରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସର ସେମିଫାଇନାଲରେ ଭାରତୀୟ ଦଳ ନିମ୍ନ ର଼୍ୟାଙ୍କ ଚିଲିକିୁ ୪-୨ ଗୋଲ ବ୍ୟବଧାନରେ ହରାଇଦେଇଛି। ଭାରତ ପାଇଁ ଗୁରଜିତ କୌର ଡବଲ ଗୋଲ ଦେଇଥିବାବେଳେ ଅଧିନାୟକ ରାଣୀ ରାମ୍‌ପାଲ ଓ ନବନୀତ କୌର ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

ଭାରତୀୟ ଦଳ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଆୟୋଜକ ଜାପାନ ସହ ମୁକାବିଲା କରିବ।

Advertisement