ଶ୍ରୀନଗର,୪।୧୨:(ଡି.ଏଚ): ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ସେନା ପୋଷ୍ଟ୍ ଉପରେ ତୁଷାର ସ୍ଖଳନ ଘଟିବାରୁ ଭାରତୀୟ ସେନାବାହିନୀର ଅନ୍ୟୂନ ତିନି ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ସେନାବାହିନୀ ସୂତ୍ରରୁ ପ୍ରକାଶ। ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିବା ପରେ ନିଖୋଜ ଯବାନମାନଙ୍କୁ ପାଇବା ପାଇଁ ସେନାବାହିନୀ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବନ୍ଦିପୋଡ଼ା ଜିଲ୍ଲାର ଗୁରେଜ୍ ସେକ୍ଟର୍ ସେନା ପୋଷ୍ଟ୍ ଉପରେ ମଧ୍ୟ ତୁଷାର ସ୍ଖଳନ ହୋଇଛି। ତୁଷାର ମଧ୍ୟରେ କେତେକ ଯବାନ ପୋତି ହୋଇ ରହିଯାଇଥିବା ଆଶଙ୍କା କରାଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବାକୁ ଅଭିଯାନ ଆରମ୍ଭ ହୋଇଛି।


















