Tuesday, November 24, 2026
ADVERTISEMENT
Home ଜାତୀୟ ଭାରତୀୟ ଇଞ୍ଜିନିୟର କଲେ କମାଲ୍‌; ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଭଗ୍ନାବଶେଷକୁ ଖୋଜି ବାହାର କରିବାରେ ପାଇଲେ ସଫଳତା

ଭାରତୀୟ ଇଞ୍ଜିନିୟର କଲେ କମାଲ୍‌; ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଭଗ୍ନାବଶେଷକୁ ଖୋଜି ବାହାର କରିବାରେ ପାଇଲେ ସଫଳତା

723
ADVERTISEMENT

ଚେନ୍ନାଇ:,୩।୧୨:(ଡି.ଏଚ) : ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବାର ଠିକ୍‌ ଅବ୍ୟବହିତ ପୂର୍ବରୁ ଗତ ସେପ୍ଟେମ୍ବର ୭ ତାରିଖରୁ ଅତ୍ୟନ୍ତ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ବାରା ପ୍ରେରିତ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’ର ଭଗ୍ନାବଶେଷକୁ ଅବଶେଷରେ ଠାବ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ‘ବିକ୍ରମ’ ସଫଳ ହୋଇ ପାରି ନ ଥିଲା । ଚନ୍ଦ୍ର ପୃଷ୍ଠରେ ଅବତରଣସ୍ଥଳଠାରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଖୋଜ୍‌ ଚଳାଇଥିବା ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ଅବଶେ‌ଷରେ ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’କୁ ଠାବ କରିଛି। ତେବେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଏହି ବିରଳ ସଫଳତା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଚେନ୍ନାଇର ଜନୈକ ମେକାନିକାଲ ଇଞ୍ଜିନିୟର ଶାନ୍‌ମୁଗା ସୁବ୍ରମଣ୍ୟମ। ସୁବ୍ରମଣ୍ୟମ୍‌ଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟକୁ ଆଧାର କରି ନାସା ମହାକାଶ ଯାନ ‘ବିକ୍ରମ’ର ଚନ୍ଦ୍ରପୃଷ୍ଠରେ ‘ଇମ୍ପାକ୍ଟ ଫିଲ୍‌ଡ’ ଏବଂ ଏହା ପାଖାପାଖି ଅଞ୍ଚଳର ଫଟୋ ପଠାଇଛି। ଚନ୍ଦ୍ରପୃଷ୍ଠର ଅନେକ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ପଡ଼ି ରହିଥିବା ବେଳେ ‘କ୍ରାସ୍‌ ସାଇଟ୍‌’ର ୭୫୦ ମିଟର ଦୂରରେ ‘ବିକ୍ରମ’ର ଏକ ଭଗ୍ନାବଶେଷ ପଡି ରହିଥିବା ସୂଚନା ଦେଇଛି ନାସା। ଏଥିସହ ‘ବିକ୍ରମ’ର ଇମ୍ପାକ୍ଟ ସାଇଟ ଫଟୋ ଟୁଇଟ କରି ଜାରି କରିଛି ନାସା।

Advertisement