Tuesday, November 24, 2026
ADVERTISEMENT
Home ଜାତୀୟ ଗୁଜୁରାଟରେ ନିର୍ମାଣ ହେଉଛି ୭୦୦ କୋଟି ଟଙ୍କା ବ୍ୟୟରେ ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମ

ଗୁଜୁରାଟରେ ନିର୍ମାଣ ହେଉଛି ୭୦୦ କୋଟି ଟଙ୍କା ବ୍ୟୟରେ ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମ

257
ADVERTISEMENT

ଗୁଜୁରାଟ,୩।୧୨:(ଡି.ଏଚ) : ଗୁଜୁରାଟର ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ ପୂରାପୁରି ଭାବେ ସଂମ୍ପୂର୍ଣ୍ଣ ହେବାକୁ ଆସିଲାଣି । ୬୩ ଏକର ଜମିରେ ଏହି ଷ୍ଟାଡିୟମକୁ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳୁଛି । ଏହି ଷ୍ଟାଡିୟମ ପ୍ରସ୍ତୁତ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ଷ୍ଟାଡିୟମ ପରିସରରେ ୧ ଲକ୍ଷ ୧୦ ହଜାର ଲୋକଙ୍କର ବସିବାର କ୍ଷମତା ରହିଛି । ସୂଚନା ଅନୁଯାୟୀ, ଯଦି ଷ୍ଟାଡିୟମ୍ କାମ ସମ୍ପୁର୍ଣ୍ଣ ଭାବେ ପୂରଣ ହେଲା ତେବେ ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଏସିଆ ଇଲେଭେନ ଓ ୱାର୍ଲଡ୍ ଇଲେଭେନ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଓ ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ । ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଭବ୍ୟ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବାର ଆଶା କରାଯାଉଛି ।

Advertisement