Saturday, September 26, 2026
ADVERTISEMENT
Home କୋରାପୁଟ ସଂକୁଳ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ସଂକୁଳ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

441
ADVERTISEMENT

ବୋରିଗୁମ୍ମା,୨।୧୨,(ଡି.ଏଚ/ଦୟାନିଧି ପଟନାୟକ ) : ବୋରିଗୁମ୍ମା ସ୍ଥିତ ପ୍ରଜ୍ଞା ବିହାର ଠାରେ ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ଜୟପୁର ସଂକୁଳ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବୋରିଗୁମ୍ମା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ମମତା ମହାପାତ୍ରଙ୍କ ପ୍ରତକ୍ଷ ତତ୍ୱବାଧାନରେରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଶନିବାର ସନ୍ଧ୍ୟାରେ ଶୁଭାରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରବି ନାୟକ ଯୋଗ ଦେଇ ଆନୁଷ୍ଠାନିକ ରୂପେ ଉଦଘାଟନ କରିଥିଲେ। ସଂକୁଳ ସ୍ତରୀୟ କ୍ରୀଡାରେ ମୋଟ ସାତୋଟି ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ କ୍ରୀଡାରେ ଭାଗ ନେଇଥିଲେ। ମୋଟ ୧୩୪ ଜଣ କ୍ରୀଡାରେ ଅଂଶ ଗ୍ରହଣ କରିଥିବା ବେଳେ ମୋଟ ୫୨ ପ୍ରକାର ଖେଳ ଖେଳା ଯାଇଥିଲା। କ୍ରୀଡା ପରିଚାଳକ ୧୫ ଜଣ ଯୋଗ ଦେଇଥିବା ବେଳେ କ୍ରୀଡା ପରିଚାଳିକା ରୂପେ ୫ ଜଣ ଯୋଗ ଦେଇଥିଲେ। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟ ଆଚାରୀ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂକୁଳ ସ୍ତରୀୟ କ୍ରୀଡା ସଂଯୋଜକ ଜନାର୍ଦ୍ଦନ ପଣ୍ଡା, ସଂକୁଳ ପ୍ରମୁଖ ଲଷ୍ମୀ କାନ୍ତ ମିଶ୍ର, ଶିଶୁ ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ କବିବର ନାୟକ, ସହ ସମ୍ପାଦକ ସୁଜାତା ପାଣିଗ୍ରାହୀ ଯୋଗ ଦେଇଥିଲେ। ବୋରିଗୁମ୍ମା ସରସ୍ୱତୀ ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Advertisement