Tuesday, November 24, 2026
ADVERTISEMENT
Home ଜାତୀୟ ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରୁଛି ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ

ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରୁଛି ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ

504
ADVERTISEMENT

ମୁମ୍ବାଇ,୨୮ା୧୧(ଡି.ଏଚ) : ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଥାକ୍‌ରେଙ୍କ ଶପଥ ଗ୍ରହଣ ଉତ୍ସବ ସମୟରେ ଶିବସେନା, ଜାତୀତାବାଦୀ କଂଗ୍ରେସ ପାର୍ଟି, କଂଗ୍ରେସ ଓ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ଅଣବିଜେପୀୟ ଦଳ ଭାବେ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି। ଏମ୍‌ଭିଏ ସମଗ୍ର ଦେଶରେ ଥିବା ବରିଷ୍ଠ ନେତୃବୃନ୍ଦଙ୍କ ନିକଟକୁ ନିମନ୍ତ୍ରଣ ପଠାଇ ସାରିଛି। ରାଜ୍ୟ ୪୦୦ ଚାଷୀ ଏବଂ ଚାଷ-ସଙ୍କଟ ଯୋଗୁଁ ମୃତ୍ୟୁ ଘଟିଥିବା ଚାଷୀଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଶିବସେନା ନିମନ୍ତ୍ରଣ କରିଛି। ନିମନ୍ତ୍ରିତ ରାଜନୈତିକ ନେତାମାନଙ୍କ ମଧ୍ୟରେ ଅଛନ୍ତି- କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ରାଜସ୍ଥାନ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ।ସେନାର ନବନିର୍ବାଚିତ ବିଧାୟକ ଆଦିତ୍ୟ ଥାକ୍‌ରେ ଓ ଦଳର ସଚିବ ମିଳିନ୍ଦ ନର୍ବେକର ବ୍ୟକ୍ତିଗତ ଭାବେ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିଆସିଛନ୍ତି। ଉଦ୍ଧବ ଥାକ୍‌ରେ ତାଙ୍କ ସମ୍ପର୍କୀୟ ଭାଇ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍‌ ଥାକ୍‌ରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ରାଜ୍‌ ଥାକ୍‌ରେ ଆସିବାର ସମ୍ଭାବନା ଥିବା ବେଳେ ମୋଦୀ ଆସିବେ ନାହିଁ ବୋଲି ସେନାର ନେତୃବୃନ୍ଦ ମନେକରୁଛନ୍ତି।

Advertisement