Wednesday, September 30, 2026
ADVERTISEMENT
Home କୋରାପୁଟ ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳିତ

ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳିତ

267
ADVERTISEMENT

ବୋରିଗୁମ୍ମା୨୭।୧୧(ଡି.ଏଚ/ ଦୟାନିଧି ପଟନାୟକ ) : ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଶ୍ରୀ ଯୋଗେନ୍ଦ୍ର ମାଝୀଙ୍କ ନେତୃତ୍ବରେ ସମ୍ବିଧାନ ଦିବସ ପାଳିତ ହୋଇଥିଲା। ସମସ୍ତ ତହସିଲ କର୍ମଚାରୀ ମାନେ ଶପଥ ନେଇଥିଲେ। ସମ୍ବିଧାନ ଅନୁସାରେ କାମ କରିବୁ ବୋଲି ଶପଥ ନେଇଥିଲେ। ସେହିଭଳି ବ୍ଲକ କାର୍ଯ୍ୟଳୟରେ ସମ୍ବିଧାନ ଦିବସ ପାଳିତ ହୋଇଛି। ବି.ଡ଼ି.ଓ ଶ୍ରୀ ମାଝୀ ସମସ୍ତ ବ୍ଲକ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ବୋରିଗୁମ୍ମା ଠାରେ ସମ୍ବିଧାନ ଦିବସ ପାଳିତ ହୋଇଛି। ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶପଥ ନେଇଥିଲେ। ସେହିଭଳି ବ୍ଳକର ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କରେ ସମ୍ବିଧାନ ଦିବସ ପାଳନ କରାଯାଇଛି।

Advertisement