କୋରାପୁଟ,୨୬।୧୧: (ଡି.ଏଚ/ଦୟାନିଧି ପଟନାୟକ ) : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର୧୮ଜଣ ନାବାଳିକା ଓ ୪ଜଣ ପ୍ରାପ୍ତ ବୟସ୍କ ପୁରୁଷ ଲୋକଙ୍କୁ ବେଆଇନ ଶ୍ରମିକ ଭାବେ ଚାଲାଣ କରୁଥିବା ଆନ୍ଦ୍ରପ୍ରଦେଶର ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ। ପଟାଙ୍ଗି ଥାନା ଭାରପ୍ରାପ୍ତ ଅଧିକାରୀ ଆଇ ଆଇସି ବିଜୟ ରାଜ ମାଝୀଙ୍କ ସୂଚନା ଅନୁଯାଇ ଆନ୍ଦ୍ରପ୍ରଦେଶର ଦୁଇଜଣ ଦଲାଲ ବି ସୁନ୍ଦର ରାଓ, ବୟସ(୨୯)ବିଜୟନଗର ଜିଲ୍ଲା ସାଲୁର ଟାଉନ ପୋଲିସ ଷ୍ଟେସନର ଓ ପାର୍ବତୀ ଖରା, ବୟସ(୪୧)ବିଜୟନଗର ଜିଲ୍ଲା ସାଲୁର ଟାଉନ ଥାନା ଅଞ୍ଚଳର ମହିଳା ବୋଲି ଜଣାପଡିଅଛି। ଦେଓପଟାଙ୍ଗି ପଞ୍ଚାୟତର ଚିଲିଗୁଡା ଗ୍ରାମର୧୨ଜଣ ଝିଅ(୧୪ରୁ୧୬ବର୍ଷୀୟ)ଓ ୨ଜଣ ପ୍ରାପ୍ତ ବୟସ୍କ ପୁରୁଷଲୋକ ଏବଂ ପୁକାଲି ପଞ୍ଚାୟତର ଜଙ୍ଗରଡା ଗ୍ରାମର୬ଜଣ ଝିଅ(୧୪ରୁ୧୬ବର୍ଷହେବ)ଓ ଦୁଇ ଜଣ ବୟସ୍କ ପ୍ରାପ୍ତ ଲୋକଙ୍କୁ ନେଇ ବେଆଇନ ଶ୍ରମିକ ଭାବରେ ଚାଲାଣ କରିବା ନିମନ୍ତେ୨୬ନଂ ଜାତୀୟ ରାଜପଥର ପୁକାଲି ଛକଠାରେ ସାଲୁର ଯିବା ପାଇଁ ବସକୁ ଅପେକ୍ଷା କରୁଥିବା ବେଳେ ଏହି ବେଆଇନ ଶ୍ରମିକ ସହ ଦଲାଲଙ୍କୁ ଧରାଯାଇ ଥାନାରେ ଅଟକ ରଖିଥିବା ନେଇ ଜଣାପଡିଅଛି।ଆଇଆଇସି ମାଝିଙ୍କ ସୂଚନା ଅନୁଯାୟୀ ଶ୍ରମିକ ମାନଙ୍କୁ ତାଙ୍କ ଅବିଭାବକ ମାନଙ୍କୁ ହସ୍ତାନ୍ତର କରାଯିବା ଏବଂ ଦଲ।ଲମାନଙ୍କୁ ବିରୁଦ୍ଧରେ୧୦୮/୧୯କେସ ରୁଜୁ କରାଯିବା ସହ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ପ୍ରଦାନ କରିଅଛନ୍ତି।




















