Wednesday, September 30, 2026
ADVERTISEMENT
Home କୋରାପୁଟ ଚିକିତ୍ସାଧିନ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ୍ୟୁ ;ହତ୍ୟା ଅଭିଯୋଗ ଆଣିଲେ ପରିବାର

ଚିକିତ୍ସାଧିନ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ୍ୟୁ ;ହତ୍ୟା ଅଭିଯୋଗ ଆଣିଲେ ପରିବାର

309
ADVERTISEMENT

କୋରାପୁଟ, ୨୪ା୧୧ (ଡି.ଏଚ/ଦୟାନିଧି ପଟନାୟକ ) : କୋରାପୁଟ ଜିଲ୍ଲା ଦଣ୍ଡସେନା ଗୁଡା ଛକ ନିକଟରେ ଜଣେବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ବୋରିଗୁମ୍ମା ଥାନାରେ ଗତକାଲି ମୃତ ବ୍ୟକ୍ତିଙ୍କ ସାନଭାଇ ଲିଖିତ ଅଭିଯୋଗ କରଛନ୍ତି। ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ। ମୃତ ବ୍ୟକ୍ତି ଜଣକ ଗୁପ୍ତ ଗୁଣ୍ଠ ବୋଲି ଜଣାପଡି ଥିବା ବେଳେ ସେ ଗତକାଲି ସନ୍ଧ୍ୟାରେ ଜୟପୁର ଠାରୁ ନିଜ ଗାଁ ଡାଙ୍ଗରାକୁ ଏକ ବାଇକ ନମ୍ବର- OD 10 N 3786 ଯୋଗେ ଫେରୁ ଥିବା ବେଳେ ଦଣ୍ଡ ସେନା ଗୁଡା କେନାଲ ଛକ ତାଙ୍କୁ କିଛି ବ୍ୟକ୍ତି ମାରିବାକୁ ଗୋଡେଇ ଆସୁଥିବା ଜାଣି ସେ ନିଜ ବାଇକ ଛାଡ଼ିଦେଇ କିଛି ଦୂର ଦଉଡି ଦଉଡି ପାଟି କରିଥିଲେ ଏବଂ ତଳେ ପଡିଯାଇ ଅଚେତ ହୋଇଥିଲେ। ଫଳରେ କିଛି ଲୋକେ ତାଙ୍କୁ ଉଦ୍ଧାର କରି କୁମୁଲିପୁଟ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଯେହେତୁ ଘଟଣା ସ୍ଥଳରୁ ତାଙ୍କ ବାଇକ ଗାଏବ ହୋଇଥିବା ବେଳେ ତାଙ୍କର ସମସ୍ତ କାଗଜ ପତ୍ର ଏବଂ ଟଙ୍କା ମଧ୍ୟ ଖାଲି ରହିଥିବା ନେଇ ତାଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରି ତାଙ୍କ ସାନଭାଇ ମୁରଲୀ ଗୁଣ୍ଠା ବୋରିଗୁମ୍ମା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣାପଡିବ ବୋଲି କହିଛନ୍ତି ଥାନାଧିକାରୀ।

Advertisement