ରାଞ୍ଚିରେ ୩୦ହଜାର ଲୋକଙ୍କ ସହ ଯୋଗ କଲେ ମୋଦି

314
ADVERTISEMENT

ନୂଆଦିଲ୍ଲୀ, ୨୧/୬(ଡିଏଚବି): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝାଡଖଣ୍ଡ ରାଜଧାନୀ ରାଞ୍ଚିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦି ଆଜି ପ୍ରାୟ ୩୦ହଜାର ଲୋକଙ୍କ ସହ ମିଶି ଯୋଗ ଅଭ୍ୟାସ କରିଛନ୍ତି। ସେ କହିଛନ୍ତି, ଯୋଗ ଆମ ସଂସ୍କୃତିର ଏକ ଅଙ୍ଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ। ହୃଦରୋଗ, ରକ୍ତଚାପ ଓ ମଧୁମେହ ପାଇଁ ଯୋଗ କରିବା ନିହାତି ଜରୁରୀ। ଏହି ଅବସରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

Advertisement