Saturday, November 21, 2026
ADVERTISEMENT
Home ଜାତୀୟ ମହାରାଷ୍ଟ୍ର ରାଜନୀତି ନେଇଛି ନୂଆମୋଡ: ପୁଣିଥରେ ଭାଜପାର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି

ମହାରାଷ୍ଟ୍ର ରାଜନୀତି ନେଇଛି ନୂଆମୋଡ: ପୁଣିଥରେ ଭାଜପାର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି

ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ

523
ADVERTISEMENT

ମହାରାଷ୍ଟ୍ର, ୨୩।୧୧(ଡି.ଏଚ ): ମହାରାଷ୍ଟ୍ର ରାଜନୀତି ନେଇଛି ନୂଆମୋଡ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା , ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ବେଳେ ଶନିବାର କିନ୍ତୁ ଏହାର ଓଲଟା ପରିଣତି ଦେଖାଯାଇଛି। ଶନିବାର ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟଳାୟରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ୍‌। କାରଣ ଏଠାରେ ପୁଣିଥରେ ଭାଜପାର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହାକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି।ଉଦ୍ଧବ ଠାକ୍‌ରେଙ୍କ ୫୦-୫୦ ଫର୍ମୂଲା ଏବଂ ମୁଖ୍ୟମନ୍ତ୍ରୀ ପଦ ଲୋଭ ଯୋଗୁ ଦଳର କ୍ଷତି ହୋଇଛି। ଏହାକୁ ନେଇ ଆଗାମୀ ଦିନରେ ଶିବସେନାର ଫାଟ ହେବାର ଆଶଙ୍କା ରହିଥିବା କୁହାଯାଉଛି।

Advertisement