Tuesday, November 24, 2026
ADVERTISEMENT
Home ଜାତୀୟ ଡିସେମ୍ବର ୧ ତାରିଖ ଠାରୁ ପ୍ରତି ଗାଡ଼ି ପାଇଁ ବାଧ୍ୟତାମୂଳକ ହୋଇଯିବ ଫାସ୍‌ଟ୍ୟାଗ୍ :

ଡିସେମ୍ବର ୧ ତାରିଖ ଠାରୁ ପ୍ରତି ଗାଡ଼ି ପାଇଁ ବାଧ୍ୟତାମୂଳକ ହୋଇଯିବ ଫାସ୍‌ଟ୍ୟାଗ୍ :

366
ADVERTISEMENT

ନୂଆଦିଲ୍ଲୀ ,୨୧।୧୧(ଡି.ଏଚ) : ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଦେଶରେ ଚଳାଚଳ କରୁଥିବା ସମସ୍ତ ମୋଟରଯାନ ପାଇଁ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରି ଦେଉଥିବା ଆଜି ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ବିନା ଫାସ୍‌ଟ୍ୟାଗରେ କୌଣସି ଗାଡ଼ି ଜାତୀୟ ରାଜପଥରେ ଚଳାଚଳ କରିପାରିବ ନାହିଁ। ଫାସ୍‌ଟ୍ୟାଗର ବ୍ୟବହାର ଫଳରେ ଜାତୀୟ ରାଜପଥ ଦେଇ ଯାତାୟାତ କାଳରେ ଟୋଲ ଗେଟ୍‌ମାନଙ୍କରେ ଟୋଲ ଦେୟ ପ୍ରଦାନ ପାଇଁ ଆଉ ଗାଡ଼ିମାନଙ୍କୁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ କିମ୍ବା ଯାତ୍ରୀମାନଙ୍କୁ ଏଥିପାଇଁ ଅଯଥାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ଫାସ୍‌ଟ୍ୟାଗ୍ ଜରିଆରେ ଟୋଲ ଦେୟ ଶୀଘ୍ର ଏବଂ ବ୍ୟବସ୍ଥିତ ଢ଼ଙ୍ଗରେ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ଶ୍ରୀ ଗଡକରୀ। ଏହି ଫାସ୍‌ଟ୍ୟାଗକୁ ଉଭୟ ଘରୋଇ ଏବଂ ବ୍ୟବସାୟିକ ଗାଡ଼ି ପାଇଁ କେନ୍ଦ୍ର ସରକାର ଡିସେମ୍ବର ୧ ତାରିଖ ଠାରୁ ବାଧ୍ୟତାମୂଳକ କରି ଦେଉଛନ୍ତି।

Advertisement