Tuesday, November 24, 2026
ADVERTISEMENT
Home କନ୍ଧମାଳ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ

ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ

343
ADVERTISEMENT

ତୁମୁଡ଼ିବନ୍ଧ,୨୧।୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଓଡ୍ରାଫ ୟୁନିଟ-୮ ଭଞ୍ଜନଗର ମିଳିତ ଆନୁକୂଲ୍ୟରେ ଏକ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼. ସୁନିଲ କୁମାର ପାତ୍ର ସଭାପତିତ୍ୱ କରି ବିପର୍ଯ୍ୟୟ ପ୍ରଶମନକୁ କିଭଳି ଭାବେ ପରିଚାଳନା କରାଯିବ ସେନେଇ ଆଲୋଚନା କରିଥିଲେ। ବିପର୍ଯ୍ୟୟକୁ ଠିକ ସମୟରେ ପରିଚାଳନା କରିବା ଦ୍ୱାରା ଦୁର୍ଘଟଣାରୁ ରକ୍ଷା ପାଇପାରିବେ ବୋଲି ବକ୍ତବ୍ୟ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ତହସିଲଦାର ଚନ୍ଦ୍ରହାସ ନାୟକ, ଓଡ୍ରାଫର ସମସ୍ତ ସଦସ୍ୟ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଭାବେ ସାପ କାମୁଡାରୁ ରକ୍ଷା ପାଇବା, ପାଣିରେ ବୁଡି ଯାଇଥିବା ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କରିବା, ବଜ୍ରପାତ ସମୟରେ ଭୂ କମ୍ପ, ବନ୍ୟା ବାତ୍ୟା ତଥା ଭୂ ସ୍ଖଳନ ସମୟରେ ସ୍ବେଚ୍ଛାସେବୀମାନଙ୍କୁ ସଚେତନ କରି କିଭଳି ଭାବେ ନିଜକୁ ସୁରକ୍ଷିତ ରଖିବା ସେନେଇ ବିଭିନ୍ନ କୌଶଳ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସ୍ବେଚ୍ଛାସେବୀ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ଅଧ୍ୟାପକ ସତ୍ୟ ରଞ୍ଜନ ପାଣିଗ୍ରାହୀ, ସଞ୍ଜୟ କୁମାର ସାହୁ, ରଞ୍ଜନ କୁମାର ନାୟକ, ଅଧ୍ୟାପିକା ପଦ୍ମାବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ସେବା ଯୋଜନା ଅଧିକାରିଣୀ ଡ଼. ମଞ୍ଜୁଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Advertisement