ନୂଆଦିଲ୍ଲୀ,୨୦ା୧୧(ଡି.ଏଚ) : ସବରିମାଲା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପାଇଁ ଏକ ସ୍ବତନ୍ତ୍ର ଓ ନୂଆ ଆଇନ୍ ପ୍ରଣୟନ କରିବାକୁ ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ ଏହି ଆଇନ୍ ପ୍ରଣୟନ କରିବାକୁ ସୁପ୍ରିମ୍ କୋର୍ଟ କେରଳ ସରକାରଙ୍କୁ ସମୟ ସୀମା ଦେଇଛନ୍ତି। ସବରିମାଲା ମନ୍ଦିର ପ୍ରସଙ୍ଗରେ ନିଜ ଅଧିକାରର ରକ୍ଷା ପାଇଁ ପାଣ୍ଡାଲାମ୍ ରାଜ ପରିବାର ପକ୍ଷରୁ ସୁପ୍ରିମ୍ କୋର୍ଟରେ ଆଗତ କରା ଯାଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।


















