Tuesday, September 8, 2026
ADVERTISEMENT
Home ଜାତୀୟ ମନ୍ଦିରରେ ଜଳିଗଲେ ଜଣେ ମହିଳା

ମନ୍ଦିରରେ ଜଳିଗଲେ ଜଣେ ମହିଳା

319
ADVERTISEMENT

ହୁବଳି, ୨୦/୬(ଏଜେନ୍ସି) : କର୍ଣ୍ଣାଟକର ହୁବଳି ସହରରେ ଥିବା ବିଶ୍ୱନାଥ ମନ୍ଦିରରେ ଜଣେ ମହିଳା ପୂଜା କରୁଥିବା ସମୟରେ ହଠାତ୍‌ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ନିଆଁ ତାଙ୍କ ପୁରା ଶରୀରରେ ଲାଗିଯାଇଥିଲା। ନିଜକୁ ବଞ୍ଚାଇବାକୁ ଯାଇ ମହିଳା ଜଣଙ୍କ ମନ୍ଦିର ଭିତରକୁ ପଶିଯାଇଥିଲେ। ସେଠାରେ ଥିବା ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ କିମ୍ସ ହସ୍ପିଟାଲକୁ ନିଆଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Advertisement