Saturday, September 26, 2026
ADVERTISEMENT
Home କୋରାପୁଟ ଦମ୍ପତିଙ୍କ ଅତ୍ମହତ୍ୟା

ଦମ୍ପତିଙ୍କ ଅତ୍ମହତ୍ୟା

301
ADVERTISEMENT

କୋରାପୁଟ,୧୭ା୧୧(ଡି.ଏଚ/ଦୟାନିଧି ପଟନାୟକ ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁ ମିଲ ପଛ ପଟେ ଥିବା ଏକ ଗଛରେ ବେକରେ ଓଢଣା ଦେଇ ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ନୂଆ କୁନ୍ଦ୍ରଗୁଡ଼ାର ରଘୁନାଥ ଗୌଡ଼ ବୟସ ୧୭ ବୋଲି ଜଣାପଡିଛି। ଝିଅ ମଧ୍ୟ ସେହି ଗ୍ରାମର ଲଷ୍ମୀ ଗୌଡ଼ ବୟସ ୧୫।ପରିବାର ଲୋକେ କହିବା ଅନୁଯାୟୀ କାଲି ରାତିରେ ରଘୁନାଥ ୯ଘଣ୍ଟା ସମୟରେ ଖାଇସାରି ବାହାରକୁ ଯାଇ ଥିଲା ରାତି ଆଉ ଘରକୁ ଫେରି ନଥିଲା। ଆଜି ସକାଳୁ ସକାଳୁ କିଛି ଗାଈ ଚୋରାଳି ଗାଁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚା ହେଉଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି। ମୃତ ରଘୁନାଥଙ୍କ ଭଉଣୀ ଅଟନ୍ତି।

Advertisement