ସଚିବାଳୟରେ ବସିବ ରାଜ୍ୟ ମନ୍ତ୍ରିପରିଷଦ ବୈଠକ

244
ADVERTISEMENT

ଭୁବନେଶ୍ବର ୨୦/୬(ଦୁନିଆ ହାଲଚାଲ ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ମିନିଟ୍‌ରେ ସଚିବାଳୟରେ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ହେବ । ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟ୍‌କୁ ଅନୁମୋଦନ ମିଳିବାର ସମ୍ଭାବନା ଅଛି । ଏହା ବ୍ୟତୀତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇବା ସମ୍ଭାବନା ରହିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Advertisement