ଭୁବନେଶ୍ୱର,୧୩/୧୧(ଡି.ଏଚ) : ବୁଧବାର ପୂର୍ବାହ୍ନରେ ବିଧାନସଭାରେ ବିଜେପୁରର ବିଜେଡି ବିଧାୟିକା ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେଡି ଟିକେଟ୍ରେ ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଜୟିନୀ ହୋଇଥିଲେ।



















