Wednesday, September 30, 2026
ADVERTISEMENT
Home କୋରାପୁଟ ପୁଣି ସକ୍ରିୟ ହେଲେ ରାଜପଥ ଲୁଟେରା ୨୬ନମ୍ବର ଜାତୀୟ ରାଜପଥରୁ ଲୁଟି ନେଇଥିବା ବୋଲେରୋ ...

ପୁଣି ସକ୍ରିୟ ହେଲେ ରାଜପଥ ଲୁଟେରା ୨୬ନମ୍ବର ଜାତୀୟ ରାଜପଥରୁ ଲୁଟି ନେଇଥିବା ବୋଲେରୋ ଜବତ

293
ADVERTISEMENT

ବୋରିଗୁମ୍ମା,୧୧/୧୧ (ଡି.ଏଚ/ଦୟାନିଧି ପଟନାୟକ) : ଗତ କିଛିଦିନ ଧରି ବୋରିଗୁମ୍ମା ଅଞ୍ଚଳରେ ଡକାୟତି ଭଳି ଘଟଣା ବନ୍ଦ ରହିଥିବା ବେଳେ ବର୍ତମାନ ପୁଣି ସକ୍ରିୟ ହୋଇଉଠିଛି ଡକାୟତି ଦଳ। ଗତ ଶନିବାର ଦିନ ରାତ୍ର୯ଘଣ୍ଟ ସମୟରେ ଜୟପରୁ ଠାରୁ ବୋରିଗୁମ୍ମା ୨୬ନମ୍ବର ଜାତୀୟ ରଜପଥ ନିକଟ ରେ ଏକ ଡକାୟତି ଦଳ ଏକ ବୋଲେର ଗାଡିକୁ ଅଟକାଇ ବୋଲେର ଚାଳକକୁ ଗାଡିରୁ ତଳକୁ ଓଲାଇ ବୋଲେର ଧରି ଚମ୍ପଟ ମାରିଥିବା ଜଣାପଡିଛି । ହେଲେ ବୋଲେର ଚାଳକ ଜଣକ ସେଠାରୁ ଆସି ବୋରିଗୁମ୍ମା। ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତିକରିବୋରିଗୁମ୍ମା ଆଇଆଇସି ସଂଜୟ କୂମତ ମଣ୍ଡଳଙ୍କ ନେତୃତ୍ବରେ ଏକ ଟିମ ତଦନ୍ତ କରି ଛତରଳା ନିକଟରେ ଏକ କୁଆରୀ ନିକଟରେ କୋରସିଲା ପାହାଡ଼ ତଳେ ଥିବା କାଜୁ ଜଙ୍ଗଲରେ ଜବତ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। କେ.ଗୁନିଆ ଆଚାରୀ ନାମକ ବ୍ୟକ୍ତି ଜଣକ ଶନିବାର ଦିନ ରାତି ଜୟପୁର ଠାରୁ ନବରଙ୍ଗପୁର ଅଭିମୁଖେ ଏକ ବୋଲେର ଯାହାର ନମ୍ବର mp09cp7349 ଯୋଗେ ଯାଉଥିବା ବେଳେ ଜୟନ୍ତୀଗିରି ନିକଟରେ ୬ଜଣ ତାଙ୍କୁ ଅଟକାଇ ଥିଲେ ସେ ଗାଡ଼ି ରଖିବା ପରେ ତାଙ୍କ ବୋଲେରକୁ ଧରି ସେଠାରୁ ଛୁ ମାରିଥିଲେ। ସେପଟେ ଏ ନେଇ ବୋରିଗୁମ୍ମା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କହିଛନ୍ତି ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ।ହେଲେ ବୋଲେର ଟି ନବରଙ୍ଗପୁର ଜିଲା ମେଘା ଲିଫ୍ଟ ଇରିକେସନ କାର୍ଯ୍ୟାଳୟ ରେ ବ୍ୟବହୃତ ହେଉଥିବା ବେଳେ ଗାଡିଚାଳକ ଜଣକ ଡେପୁଟି ମେଜର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି । ପ୍ରକାଶ ଥାଉ କି ଦୀର୍ଘ ଦିନ ଧରି ଶାନ୍ତ ଥିବା ରଜପଥ ଲୁଟେରା ହଠାତ ସକ୍ରିୟ ହୋଇଥିବା ବେଳେ ସେମାନଙ୍କୁ କାବୁ କରିବା ପାଇଁ ପୋଲିସ କିଭଳି ପନ୍ଥା ଅବଲମ୍ବନ କରୁଛି ଦେଖିବା !

Advertisement