Wednesday, August 19, 2026
ADVERTISEMENT
Home ଖେଳ ଆଘାତ ଯୋଗୁଁ ବାଦ୍‌ ପଡ଼ିଲେ ଧାଓ୍ଵନ, ଋଷଭ ପନ୍ତ କଲେ ଏଣ୍ଟ୍ରି

ଆଘାତ ଯୋଗୁଁ ବାଦ୍‌ ପଡ଼ିଲେ ଧାଓ୍ଵନ, ଋଷଭ ପନ୍ତ କଲେ ଏଣ୍ଟ୍ରି

337
ADVERTISEMENT

ନୂଆଦିଲ୍ଲୀ, ୧୯/୬(ଡିଏଚବି): ଓପନର ଶିଖର ଧାଓ୍ଵନ୍‌ ଚଳିତ ବିଶ୍ୱକପ୍‌ରେ ଭାରତର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଶିଖର ଧାଓ୍ଵନଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଧାଓ୍ଵନଙ୍କ ଆଙ୍ଗୁଠିରେ ପୂର୍ବରୁ ଆଘାତ ଲାଗିଥିବାରୁ ଜୁନ ୧୬ ରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିନଥିଲେ। ତାଙ୍କର ଚିକିତ୍ସା ଚାଲିଥିବାରୁ ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ଧାଓ୍ଵନ ବିଶ୍ୱକପ୍‌ର କିଛି ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ। ମାତ୍ର ଏବେ ସ୍ପଷ୍ଟ ହୋଇଛି ଯେ, ବିଶ୍ୱକପ୍‌ ଶେଷ ହେବା ପୂର୍ବରୁ ଧାଓ୍ଵନ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବେ ନାହିଁ।

ସୂଚନାଯୋଗ୍ୟ ଯେ, ଶିଖର ଧାଓ୍ଵନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳୁଥିବା ସମୟରେ ଆହତ ହୋଇଯାଇଥିଲେ। ଅଷ୍ଟ୍ରେଲିଆର ପେଟ କମିନସ୍‌ଙ୍କ ବଲ ଧାଓ୍ଵନଙ୍କ ବୁଢା ଆଙ୍ଗୁଠିରେ ବାଜିଥିବାରୁ ସେ ପରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏକ୍ସରେ ଦ୍ୱାରା ଶିଖର ଧାଓ୍ଵନଙ୍କ ଫ୍ୟାକଚର ସଂପର୍କରେ ଜଣା ପଡ଼ିନଥିଲା। ତେବେ, ପରେ ସିଟି ସ୍କାନରୁ ଏହା ସ୍ପଷ୍ଟ ହୋଇଥିଲା।

Advertisement