ବର୍ତ୍ତମାନ ବି ପୃଥିବୀର ୨୨୦କୋଟି ଲୋକଙ୍କ ପାଖରେ ପହଞ୍ଚିପାରିନି ପିଇବା ପାଣି: ଜାତିସଂଘ

286
ADVERTISEMENT

ନୂଆଦିଲ୍ଲୀ, ୧୯/୬(ଡି.ଏଚ.ବି): ସାରା ପୃଥିବୀରେ ଜଳ ସଙ୍କଟ ଏକ ଉଗ୍ରରୂପ ଧାରଣ କରୁଛି। ପୃଥିବୀର ୨୨୦ କୋଟି ଲୋକଙ୍କ ପାଖରେ ପିଇବାପାଣି ବର୍ତ୍ତମାନ ବି ଅପହଞ୍ଚ। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ପୃଥିବୀର ୪୨୦ କୋଟି ଲୋକଙ୍କୁ ସାଧାରଣ ପରିମଳ ବ୍ୟବସ୍ଥା ମିଳୁ ନଥିବା ମଧ୍ୟ, ରିପୋର୍ଟରେ ପ୍ରକାଶ ପାଇଛି। ଅନ୍ୟପଟେ ୧୮୦ କୋଟି ଲୋକଙ୍କୁ ଗତ ୨୦୦୦ ମସିହାଠାରୁ ପିଇବାପାଣି ଯୋଗାଇ ଦିଆଯାଇଛି।

୨୦୦୦-୨୦୧୭ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିମଳ ତଥା ପିଇବା ପାଣି କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କୀୟ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରତିବର୍ଷ ପୃଥିବୀରେ ୨ ଶହ ୯୭ହଜାର ଶିଶୁ ପାଞ୍ଚ ବର୍ଷ ବୟସ ପୂର୍ବରୁ ମୁଖ୍ୟତଃ କଲେରା, ଡିସେଣ୍ଟ୍ରି, ହେପାଟାଇଟିସ୍‌-ଏ ଏବଂ ଟାଇଫଏଡ୍‌ ଭଳି ସଂକ୍ରାମକ ରୋଗରେ ମୃତ୍ୟୁ ବରଣ କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Advertisement