ନୂଆଦିଲ୍ଲୀ,୯।୧୧(ଡି.ଏଚ ) : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାକୁ ସ୍ବାଗତ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ( ଆର ଏସଏସ)ର ସରସଂଘଚାଳକ ମୋହନ ଭାଗବତ। ଆର ଏସଏସ ମୁଖ୍ୟ କହିଛନ୍ତି ‘ଆମେ ଏହି ରାୟକୁ ମାନିବୁ। ଏବେ ଆମେ ଏହି ବିବାଦରେ ପୂର୍ଣ୍ଣଛେଦ ଟାଣିବା ଉଚିତ। ସେ ଶାନ୍ତି ଏବଂ ସଂହତି ବଜାୟ ରଖିବାକୁ ବି ନିବେଦନ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ( ଆର ଏସଏସ)ର ସରସଂଘଚାଳକ ମୋହନ ଭାଗବତ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଅତୀତକୁ ଭୁଲିଯାଇ ଆମେ ରାମ ମନ୍ଦିର ନିର୍ମାଣ ଲାଗି ଏକାଠି ହେବା ଆବଶ୍ୟକ।


















