Wednesday, September 30, 2026
ADVERTISEMENT
Home କୋରାପୁଟ ନାବାଳିକା ଦୁଷ୍କର୍ମ କାରୀ ଗିରଫ

ନାବାଳିକା ଦୁଷ୍କର୍ମ କାରୀ ଗିରଫ

433
ADVERTISEMENT

ଜୟପୁର,୯।୧୧(ଡି.ଏଚ/ଦୟାନିଧି ପଟନାୟକ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆମ୍ବଡି ଗୁଡା ଗ୍ରାମରେ ନାବାଳିକାର ଦୁଷ୍କର୍ମ କାରୀ ଅଭିଯୁକ୍ତ ଡମ୍ବରୁ ମୁଦୁଲିକୁ ପୋଲିସ ଆଜି ଗିରଫ କରିଥିବା ନେଇ ଏକ ପ୍ରେସମୀଟ ଯୋଗେ ସୂଚନା ଦେଲେ ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ । ଅଭିଯୁକ୍ତ ଡମ୍ବରୁ ମୁଦୁଲି ଗତ ୬ତାରିଖ ଦିନ ୬ବର୍ଷର ଶିଶୁ କନ୍ୟାଟିକୁ ଜମିରେ ମାଛ ଧରିବା ଆଳରେ ଡାକି ନେଇଁ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରି ଚାଲି ଯାଇଥିଲା। ସେଇଦିନ ଠାରୁ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ଥିବାବେଳେ ଗତକାଲି ପୋଲିସ ତାଙ୍କୁ ଏକ ଜଙ୍ଗଲରେ ଲୁଚି ଥିବା ବେଳେ ତାଙ୍କୁ ଗିରଫ କରିଥିବା ନେଇ ପୋଲିସ ତରଫରୁ ସୂଚନା ମିଳିଛି । ଅନ୍ୟ ପଟେ ଗତ ୭ତାରିଖ ଦିନ ପିଡୀତାଙ୍କୁ ଜୟପୁର ଜିଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ତା ଠିକ ଥିବା ଜଣାପଡିଛି। ସେପଟେ ପିଡୀତା ଏବଂ ତାଙ୍କ ପରିବାରଙ୍କୁ ସରକାରୀ ସ୍ତରରେ ଆଇନ ଗତ ସହାୟତା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବା ନେଇ ସାଧାରଣରେ ଦାବି ହୋଇଛି ।

Advertisement