Monday, September 28, 2026
ADVERTISEMENT
Home କୋରାପୁଟ କେନ୍ଦ୍ରାପଡା ସାଂସଦ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର :ପ୍ରତିବାଦରେ ବୋରିଗୁମ୍ମା ପ୍ରେସ୍ କ୍ଳବ ପକ୍ଷରୁ ଦୃଢ଼ ନିନ୍ଦା

କେନ୍ଦ୍ରାପଡା ସାଂସଦ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର :ପ୍ରତିବାଦରେ ବୋରିଗୁମ୍ମା ପ୍ରେସ୍ କ୍ଳବ ପକ୍ଷରୁ ଦୃଢ଼ ନିନ୍ଦା

383
ADVERTISEMENT

କୋରାପୁଟ,୭/୧୧ (ଡି.ଏଚ/ଦୟାନିଧି ପଟନାୟକ) : ସୁସ୍ଥ ସମାଜର ବିଭିନ୍ନ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ଚାଲିବା ପାଇଁ ଗଣମାଧ୍ୟମର ମୁଖ୍ୟ ଭୂମିକା ରହିଆସୁଛି । ସାଧରଣ ଜନତା ଏହି ବ୍ୟବସ୍ଥା ମାଧ୍ୟମରେ ନିଜ ମୌଳିକ ଅଧିକାରରୁ ବଂଚିତ ହେଲେ ଗଣମାଧ୍ୟମ ଜନତାର ସ୍ୱର ହୋଇ ଉଚିତ ନ୍ୟାୟ ପାଇଁ ସଂଗ୍ରାମ କରିଆସୁଛନ୍ତି । ସାମୁହିକ ସ୍ୱାର୍ଥ ନେଇ ସମାଜର ମଙ୍ଗଳ ପାଇଁ ଯେଉଁ ଗଣମାଧ୍ୟମ ଜନତାର ସ୍ୱର ହୋଇ ଉଚିତ ନ୍ୟାୟ ପାଇଁ ସଂଗ୍ରାମ କରିଆସୁଅଛି । ସାମୁହିକ ସ୍ୱାର୍ଥ ନେଇ ସମାଜର ମଙ୍ଗଳ ପାଇଁ ଯେଉଁ ଗଣମାଧ୍ୟମ ପ୍ରତିନିଧି ନିଷ୍ଠାପର,ଦାଇତ୍ୱ ବାନ ହୋଇ ଜନତାର ସ୍ୱର ହେବାକୁ ଚେଷ୍ଟା କରୁଛନ୍ତି ,କିନ୍ତୁ ଅନେକ ସମୟରେ ସମାଜର ପ୍ରତିଷ୍ଠିତ ଅସାଧୁ ପ୍ରଭାବ ସାଳି ବ୍ୟକ୍ତି ଗଣମାଧ୍ୟମର କଣ୍ଠ ରୁଢ଼ ପାଇଁ ପଛଉ ନାହାନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପତିଆରା ଦେଖାଇ ନିଜକୁ ଅଭିନେତାରୁ ରାଜନେତା ବର୍ତ୍ତମାନ କେନ୍ଦ୍ରାପଡା ସାଂସଦ ଶ୍ରୀ ଅନୁଭବ ମହାନ୍ତି ନିଜ ପାଦ ପଦବୀର ଗାରିମା ଭୁଲିଯାଇ ଗଣମାଧ୍ୟମ ପ୍ରତିନିଧି ପ୍ରତି ଯେଇଁ ଅଚରଣ ଉଚ୍ଚରାଣ ଦୁର୍ବ୍ୟବହାର ନେଇ ଭଦ୍ର ସମାଜରେ ଏକ ପ୍ରଶ୍ନ ବାଚି ସୃଷ୍ଟି କରିଛି ? ଗଣମାଧ୍ୟମ ପ୍ରତିନିଧି ମୋନଜ ସ୍ୱାଇଁ ନିଜ ଦାଇତ୍ୱ ସମ୍ପାଦନ କରିବାକୁ ଯାଇଥିବା ବେଳେ ସାର୍ବଜନୀନ ସ୍ଥାନରେ ସମସ୍ତଙ୍କ ଉପସ୍ଥିତିରେ ନିର୍ଦ୍ଧିଷ୍ଟ ଭାବେ ଗଣମାଧ୍ୟମ ପ୍ରତିନିଧିକୁ ଦୁର୍ବ୍ୟବହାର ଏବଂ ସମାଲୋଚନା ରାଜ୍ୟ ତଥା ଦେଶ ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ମର୍ମାହତ କରିଛି । ବାରମ୍ବାର ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜର ମଙ୍ଗଳ ସକାଶେ ଗଣମାଧ୍ୟମ ପ୍ରତିନିଧି ଜାଗ୍ରତ ପ୍ରହରୀ ଭାବେ ନିଜ ଦାଇତ୍ୱ ପାଳନ କରୁଥିବା ବେଳେ ଏପରି ନିଷ୍ଠୁର କ୍ଷମତାର ଅନ୍ଧ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହାଇଥିବା ଗଣମାଧ୍ୟମ ପ୍ରତିନିଧି ପ୍ରତି ସରକାର ଯତ୍ନଶୀଳ ହୋଇ ଉକ୍ତ ବ୍ୟକ୍ତି ବିରୁଧରେ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ବରିଂଗୁମା ପ୍ରେସ୍ କ୍ଳବ ଅନୁରୋଧ କରିଛନ୍ତି । ନଚେତ ଆଗାମୀ ଦିନରେ ଗଣମାଧ୍ୟମ ପ୍ରତିନିଧି ମାନେ ନ୍ୟାୟ ପାଇଁ ରାଜ ରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବେ।

Advertisement