Wednesday, September 30, 2026
ADVERTISEMENT
Home କୋରାପୁଟ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ନୋଡାଲ ସଚିବ ସୈାରଭ ଗର୍ଗ : ଛଟେଇ କିନ୍ନର ଓ...

ଜୟପୁର ଜିଲ୍ଲା ଚିକିତ୍ସାଳୟରେ ନୋଡାଲ ସଚିବ ସୈାରଭ ଗର୍ଗ : ଛଟେଇ କିନ୍ନର ଓ ସୁଇପର ସଚିବଙ୍କୁ ଗୁହାରୀ କରି କାନ୍ଦିଲେ ।

315
ADVERTISEMENT

ଜୟପୁର,୦୫/୧୧ (ଡି.ଏଚ /ଦୟାନିଧି ପଟନାୟକ) : ଜିଲ୍ଲା ନୋଡାଲ ସଚିବ ସୈାରଭ ଗର୍ଗ ୨ ଦିନିଆ ଜିଲ୍ଲା ଗସ୍ତରେ ଆସିଛନ୍ତି। ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ଯାଇ ସମୀକ୍ଷା କରିଥିଲେ। ରୋଗି ମାନଙ୍କୁ ସ୍ଵାସ୍ଥ୍ୟ ସେବା ଉପରେ ପଚାରି ବୁଝିବା ସହ ଭିତ୍ତି ଭୂମି ସମିକ୍ଷା କରିଥିଲେ। ସେମାନଙ୍କ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗିଙ୍କ ସମ୍ପର୍କିୟଙ୍କୁ ମଧ୍ୟ ନିରାମୟ ଯୋଜନା ଉପରେ ପଚାରିବା ସହ ଡାକ୍ତରଙ୍କ ଚିକିତ୍ସା ସରକାରୀ ସୁବିଧା ଠିକ ଭାବେ ପାଉଛନ୍ତି କି ନାହିଁ ବୋଲି ପଚାରି ବୁଝିଲେ। ସେହି ସମୟରେ ରୋଗି କଲ୍ୟାଣ ସମିତି ଅଧିନରେ ଥିବା ୨୧ ଜଣ ସୁଇପର ଓ ସିକୁରୀଟି ଦାୟିତ୍ଵରେ ଥିବା ୧୯ ଜଣ କିନ୍ନର ମାନଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କୁ ଛଟେଇ କରାଯାଇଥିବା ବିଷୟ କହି ଭାବ ବିହଳ କଣ୍ଠରେ କାନ୍ଦିଥିଲେ। ସଚିବ ଏହା ଶୁଣି ଲିଖିତ ଭାବେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଓ ବୋଲି ପରାମର୍ଶ କରିଥିଲେ। ସେଠାରେ ଖାଦ୍ୟ ଓ ଭିତ୍ତି ଭୂମି ଓ ମମତା ଯୋଜନା ଉପରେ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ଲୋକ ନାଥ ଦଳ ବେହେରା, ଜିଲ୍ଲା ଚିକିତ୍ସାଧିକାରୀ ମାନେ ଉପସ୍ଥିତ ଥିଲେ।

Advertisement