Sunday, November 22, 2026
ADVERTISEMENT
Home ଜାତୀୟ ଗୁରୁ ନାନକଙ୍କ ଜୟନ୍ତୀ ପୂର୍ବରୁ ପାକିସ୍ତାନର ଗୁରୁଦ୍ୱାରରେ ପହଞ୍ଚିଲେଣି ୧୧୦୦ ଭାରତୀୟ ଶିଖ୍‌

ଗୁରୁ ନାନକଙ୍କ ଜୟନ୍ତୀ ପୂର୍ବରୁ ପାକିସ୍ତାନର ଗୁରୁଦ୍ୱାରରେ ପହଞ୍ଚିଲେଣି ୧୧୦୦ ଭାରତୀୟ ଶିଖ୍‌

296
ADVERTISEMENT

ନୂଆଦିଲ୍ଲୀ ,୦୪/୧୧ (ଡି.ଏଚ) : ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଅବସରରେ ପ୍ରାୟ ୧୧୦୦ ଭାରତୀୟ ଶିଖ୍‌ ‘ନଗର କୀର୍ତ୍ତନ’ରେ ଅଂଶ ଗ୍ରହଣ କରିବାକୁ ରବିବାର ସୁଦ୍ଧା ପାକିସ୍ତାନର ଗୁରୁଦ୍ୱାର ପଞ୍ଜାବ ସାହିବରେ ପହଞ୍ଚିଛନ୍ତି। ପଞ୍ଜାବର ଗୁୁରୁଦ୍ୱାରକୁ ବିଭିନ୍ନ ଆଲୋକରେ ସଜ୍ଜିତ କରାଯାଇଛି। ତୀର୍ଥଯାତ୍ରୀମାନେ ସେଠାରେ ପହଞ୍ଚି ବିଭିନ୍ନ ପ୍ରକାରର ରୀତିନୀତି ପାଳନ କରିଛନ୍ତି। ଅକ୍ଟୋବର ୩୧ ତାରିଖରେ ଲୁଧିଆନା ଓ ଅମ୍ରିତସର ଦେଇ ଓ୍ଵାଘା ସୀମା ପାର୍‌ କରି ପ୍ରାୟ ୧୧୦୦ ତୀର୍ଥଯାତ୍ରୀ ସେଠାରେ ପହଞ୍ଚିଛନ୍ତି ବୋଲି ସୂଚନା ରହିଛି।
ତୀର୍ଥଯାତ୍ରୀମାନେ ଶିଖ୍‌ ଧର୍ମର ପ୍ରଥମ ଗୁରୁ ନାନାକଙ୍କୁ ସ୍ମରଣରେ ତାଙ୍କ ଜନ୍ମଭୂମି ଗୁରୁଦ୍ୱାରକୁ ଯାତ୍ରା କରିଛନ୍ତି। ସୂଚନା ରହିଛି ଯେ କର୍ତାରପୁରରେ ଗୁରୁ ନାନକଙ୍କ ଉଦ୍ଦେଶ୍ୟରେ ହେଉଥିବା ଏହି ବିଶାଳ ଉତ୍ସବରେ ଯୋଗ ଦେବା ପାଇଁ ପ୍ରାୟ ୧୩୦୦ ଭିସାକୁ ମଞ୍ଜୁରୀ ମିଳିଛି। ଏହି ଉତ୍ସବରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ, କର୍ତାରପୁର କରିଡର ଉତ୍ସବ ନଭେମ୍ବର ୯ ତାରିଖରେ ଉଦ୍‌ଘାଟନ ହେବ।

Advertisement