Monday, September 7, 2026
ADVERTISEMENT
Home Uncategorized କେନାଲ ଭିତରକୁ ଖସିଲା ସ୍କୁଲଭ୍ୟାନ

କେନାଲ ଭିତରକୁ ଖସିଲା ସ୍କୁଲଭ୍ୟାନ

291
ADVERTISEMENT

ଚାରିଛକ,୪/୧୧(ଡ଼ି.ଏଚ):କୋଣାର୍କ ଚାରିଛକ ଅମରେଶ୍ୱର ଠାରେ ଥିବା ବିବେକାନନ୍ଦ ସ୍କୁଲ ପିଲାମାନେ ଏକ ଟାଟା ମେଜିକ ଗାଡ଼ିରେ ସ୍କୁଲକୁ ଯାଉଥିବା ବେଳେ କୋଇଲି ନୂଆପଡା କେନାଲ ବନ୍ଧରେ ଗାଡିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଯାଇଥିଲା।

ଫଳରେ କେନାଲ ଭିତରେ ପାଣି ଥିବାରୁ ଭ୍ୟାନଟି ପାଣିରେ ଅଧା ବୁଡିଯାଇଥିଲା। ପାଖରେ ଥିବା ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି ୧୮ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ପିଲାଙ୍କୁ ପ୍ରଥମେ ଚାରିଛକ ମେଡିକାଲକୁ ଅଣାଯାଇଥିଲା ସେମାନଙ୍କ ମଧ୍ୟରୁ ଜଣେ ପିଲାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

Advertisement