ବିଶ୍ୱକପ: ଇଂଲଣ୍ଡର ବିଶାଳ ସ୍କୋର; ଆଫଗାନିସ୍ତାନର ଆଗରେ ଟାର୍ଗେଟ

316
ADVERTISEMENT

ନୂଆଦିଲ୍ଲୀ, ୧୮/୬(ଡି.ଏଚ.ବି): ଆଜିର ବିଶ୍ୱକପ ମ୍ୟାଚରେ ଅଧିନାୟକ ଇଆନ୍ ମୋର୍ଗାନଙ୍କ ବିସ୍ଫୋରକ ଶତକ ବଳରେ ଆୟୋଜକ ଇଂଲଣ୍ଡ ଆଫଗାନିସ୍ତାନ ବିପକ୍ଷରେ ନିର୍ଦ୍ଧାରିତ ୫୦ଓଭରରେ ୬ୱିକେଟ୍ ହରାଇ ୩୯୭ ରନର ବିଶାଳ ସ୍କୋର ଛିଡା କରିଛି। ଚଳିତ ବିଶ୍ୱକପର ଏହା ସର୍ବାଧିକ ସ୍କୋର ଅଟେ।

ଇଂଲଣ୍ଡ ପକ୍ଷରୁ ଅଧିନାୟକ ଇଆନ୍ ମୋର୍ଗାନ୍ ମାତ୍ର ୭୧ଟି ବଲରୁ ୧୭ ଛକା ଓ ୪ ଚୌକା ସହ ୧୪୮ ରନର ମାରାଥନ୍ ଇନିଂସ୍ ଖେଳିଛନ୍ତି। ମୋର୍ଗାନ୍ ମାତ୍ର ୫୭ ବଲରେ ନିଜର ୧୩ତମ ଦିନିକିଆ ଶତକ ପୂରଣ କରି ଇଂଲଣ୍ଡକୁ ବିଶାଳ ସ୍କୋର ଆଡକୁ ନେଇଯାଇଥିଲେ। ଏହାସହ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜନି ବେୟାରଷ୍ଟୋ (୯୦) ଓ ଜୋ ରୁଟ୍ (୮୮) ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି। ରଶିଦ୍ ଖାନ୍ ସବୁଠାରୁ ବ୍ୟୟବହୁଳ ସାବ୍ୟସ୍ତ ହୋଇ ୯ଓଭରରେ ୧୧୦ ରନ୍ ଦେଇଛନ୍ତି।

ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisement