Saturday, November 21, 2026
ADVERTISEMENT
Home ଗଜପତି ପାରଳାଖେମୁଣ୍ଡିରେ ପାଞ୍ଚ ଜଣ ଛାତ୍ର ନିଖୋଜ

ପାରଳାଖେମୁଣ୍ଡିରେ ପାଞ୍ଚ ଜଣ ଛାତ୍ର ନିଖୋଜ

340
ADVERTISEMENT

ପାରଳାଖେମୁଣ୍ଡି,୦୩/୧୧ (ଡି.ଏଚ/ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର ୫ ଜଣ ଛାତ୍ର ନିଖୋଜ। ନିଖୋଜ ହୋଇଥିବା ବାଳକ ମାନେ ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ସଖାଳ ପ୍ରାୟ ୯ ଘଣ୍ଟା ସମୟରେ ଛାତ୍ର ମାନେ ସ୍କୁଲ ଯାଇଥିଲେ ମାତ୍ର ସ୍କୁଲ ଯାଇ ଘରକୁ ନଫେରିବାରୁ ଛାତ୍ର ମାନଙ୍କ ପରିବାର ସନ୍ଧହ କରି ପିଲାମାନଙ୍କୁ ଖୋଜା ଖୋଜି କରିଥିଲେ । ଖୋଜା ଖୋଜି କରି ନପାଇବାରୁ ପରିବାର ବର୍ଗ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ବାଳକ ମାନେ ହେଲେ କାହ୍ନା ନାୟକ(୧୫), ବିକ୍ରମ ଜେନା(୧୪), ଶୁଭମ୍ ଜେନା(୧୪),ଚିନ୍ମୟ ଜେନା(୧୫) ଏବଂ ତମ୍ବୁରୁ ନାୟକ(୧୫) ବୋଲି ଜଣାପଡ଼ିଛି। ପୋଲିସ ପ୍ରଥମିକ ତଦନ୍ତରୁ ପିଲାମାନେ ଆନ୍ଦ୍ର ପ୍ରଦେଶ ଯାଇଥିବା ଅନୁମାନ କରୁଛି।

Advertisement