Tuesday, November 24, 2026
ADVERTISEMENT
Home ଜାତୀୟ ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

284
ADVERTISEMENT

ନୂଆଦିଲ୍ଲୀ,୦୨/୧୧ (ଡି.ଏଚ) : ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ଥାଇଲାଣ୍ଡ୍‌ ଗସ୍ତରେ ଯାଉଛନ୍ତି। ବାଣିଜ୍ୟ, ସାମୁଦ୍ରିକ ନିରାପତ୍ତା ଏବଂ ଯୋଗାଯୋଗ ଆଦି ପ୍ରମୁଖ କ୍ଷେତ୍ରରେ ଆଞ୍ଚଳିକ ସହଯୋଗ ଦୃଢ଼ କରିବା ପାଇଁ ସେଠାରେ ସେ ଆସିଆନ୍‌-ଇଣ୍ଡିଆ, ଇଷ୍ଟ୍‍ ଏସିଆ ଆଣ୍ଡ୍‌ ରିଜିଓନାଲ୍‌ କମ୍ପ୍ରେହେନ୍‌ସିଭ୍‌ ଇକୋନମିକ୍‌ ପାର୍ଟନର୍‌ସିପ୍‌ (ଆର୍‌ସିପି) ଶିଖର ସମ୍ମିଳନୀରେ ଯୋଗ ଦେବେ। ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଅଭିଭାଷଣ ଦେବେ ଏବଂ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ। ଏହାଛଡ଼ା ସେ ତାମିଲ୍‌ କ୍ଲାସିକ୍‌ ପୁସ୍ତକ ‘ତିରୁକ୍କୁରଲ’ର ଥାଇ ଅନୁବାଦ ରିଲିଜ୍‌ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

Advertisement