ଏଫ୍‌ଆଇଏଚ୍‌ ମହିଳା ସିରିଜ ହକି: ଫିଜିକୁ ୧୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଭାରତ

154
ADVERTISEMENT

ନୂଆଦିଲ୍ଲୀ, ୧୮/୬(ଡି.ଏଚ.ବି): ହିରୋସୀମାଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍ସରେ ଭାରତୀୟ ଦଳ ଗତକାଲି ଏକ ବୃହତ୍‌ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗୁର୍‌ଜୀତ କୌରଙ୍କ ୪ଗୋଲ ବଳରେ ଭାରତୀୟ ଦଳ ୧୧-୦ଗୋଲ ବ୍ୟବଧାନରେ ଫିଜିକୁ ହରାଇଦେଇଛି। ଗୁର୍‌ଜୀତଙ୍କ ବ୍ୟତୀତ ମୋନିକା ଡବଲ୍ସ ଗୋଲ ଦେଇଥିବାବେଳେ ଲାଲରେମ୍‌ସିଆମି, ଅଧିନାୟିକା ରାଣୀ ରାମ୍‌ପାଲ, ବନ୍ଦନା କାଟାରିଆ, ଲିଲିମା ମିଞ୍ଜ ଓ ନବନୀତ କୌର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ବିଶ୍ୱର ୯ମ ର଼୍ୟାଙ୍କ ଦଳ ଭାରତ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିମ୍ନ ର଼୍ୟାଙ୍କଧାରୀ ଦଳ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଭାରତୀୟ ଦଳ ଶନିବାର ଦିନ ଏହାର ସେମିଫାଇନାଲ ମ୍ୟାଚ୍‌ ଖେଳିବ।

Advertisement