ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

324
ADVERTISEMENT

ଭୁବନେଶ୍ୱର, ୧୮/୬(ଡି.ଏଚ.ବି): ଆସନ୍ତା ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁଥିବା ଏହି ଉପନିର୍ବାଚନ ଲାଗି ପୃଥକ ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜୁନ୍‌ ୨୫ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ। ମଙ୍ଗଳବାରଠାରୁ ପ୍ରାର୍ଥୀମାନଙ୍କ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଜୁଲାଇ ୫ରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ୩ଟିଯାକ ଆସନ ବିଜେଡି ଖାତାକୁ ଯିବା ଏକ ପ୍ରକାର ନିଶ୍ଚିତ। ହେଲେ କେଉଁ ୩ ଚେହେରାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବ ସେ ନେଇ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ। ତେବେ, ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳ ମୁଖିଆଙ୍କ ପାଇଁ ପ୍ରାର୍ଥୀ ଚୟନ କାଠିକର ପାଠ ହେବ ବୋଲି ଚର୍ଚ୍ଚା ଧରିଛି।

Advertisement