Thursday, September 3, 2026
ADVERTISEMENT
Home ଜାତୀୟ ଚାଇନାରେ ଲଗାତାର ଭୂକମ୍ପ: ୧୧ ମୃତ୍ୟୁ

ଚାଇନାରେ ଲଗାତାର ଭୂକମ୍ପ: ୧୧ ମୃତ୍ୟୁ

289
ADVERTISEMENT

ନୂଆଦିଲ୍ଲୀ,୧୮/୬(ଏଜେନ୍ସି) : ଚାଇନାର ସିଚୁଆନ୍‌ ପ୍ରଦେଶରେ ଲଗାତାର ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨୨ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ୟିବିନି ସହରରେ ସୋମବାର ରାତି ୧୦ଟା ୫୫ରେ ପ୍ରଥମ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିଲା। ଏହା ପରେ ମଙ୍ଗଳବାର ଭୋର୍‌ ସମୟରେ ଦ୍ୱିତୀୟ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ଥିଲା ବୋଲି ଚାଇନା ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି।

Advertisement