କଏନ୍‌ ଚିନ୍ତାରେ ଶିରିଡ଼ି ସାଇ ଟ୍ରଷ୍ଟ୍‌

274
ADVERTISEMENT

ଶିରିଡ଼ି,୧୮/୬(ଏଜେନ୍ସି): ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ୍‌ ଏବେ ଚିନ୍ତାରେ । ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍‌ ମିଳୁଛି। ଏତେ ସଂଖ୍ୟକ କଏନ୍‌ ବଦଳାଇବା କାଠିକର ପାଠ ହେଉଛି। ମନ୍ଦିର ସିଇଓ ଦୀପକ ମୁଗଲିକରଙ୍କ ଅନୁସାରେ ପ୍ରତି ସପ୍ତାହରେ ମନ୍ଦିରର ଦାନ ପେଟି ଦୁଇଥର ଖୋଲା ଯାଇଥାଏ। ଥରକେ ଏଥିରୁ ୨କୋଟିରୁ ଅଧିକ ଟଙ୍କା ମିଳିଥାଏ। ସେଥିମଧ୍ୟରେ ୭ ଲକ୍ଷ ଟଙ୍କା ପାଖାପାଖି କଏନ୍‌ ରହିଥାଏ। ଏହି କଏନ୍‌କୁ ବଦଳାଇବା ପାଇଁ ଏବେ ବ୍ୟାଙ୍କ ମନା କରୁଛନ୍ତି।

Advertisement