Wednesday, August 19, 2026
ADVERTISEMENT
Home ଜାତୀୟ ବସ୍‌ ଛାତରୁ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

ବସ୍‌ ଛାତରୁ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

310
ADVERTISEMENT

ନୂଆଦିଲ୍ଲୀ, ୧୮/୬(ଏଜେନ୍ସି) : ଚେନ୍ନାଇରେ ବସ୍‌ ଡେ’ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍‌ ଛାତ ଉପରେ ଓ ଝରକାରେ ଚଢି ସ୍ଲୋଗନ୍‌ ଦେଉଥିଲେ। ହେଲେ ଚଳନ୍ତା ବସରୁ ପ୍ରାୟ ୨୪ ଜଣ ପିଲା ସିଧା ରାସ୍ତା ଉପରେ ଗଳି ପଡିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କଲେଜ ଛାତ୍ରମାନେ ବସ୍‌ ଭିତରେ ଭର୍ତ୍ତି ହୋଇଯିବା ପରେ ଡ୍ରାଇଭର ଓ କଣ୍ଡକଟରଙ୍କ ବାରଣ ସତ୍ୱେ କେତେଜଣ ପିଲା ବସ୍‌ ଛାତ ଉପରେ ଚଢିଯାଇଥିଲେ। ଆଉ କେତେଜଣ ଛାତ୍ର ସ୍ଲୋଗାନ ଦେଇ ବସ୍‌ ଆଗରେ ବାଇକ୍‌ରେ ଯାଉଥିଲେ। ଅଧାରାସ୍ତାରେ ହଠାତ୍‌ ବାଇକରେ ଯାଇଥିବା ଜଣେ ଛାତ୍ର ବେକ୍‌ ମାରିବାରୁ ବସ୍‌ ଡ୍ରାଇଭର ମଧ୍ୟ ବ୍ରେକ୍‌ ଲଗାଇ ଦେଇଥିଲେ। ଏହି ସମୟରେ ପିଲାମାନେ ନିଜକୁ କଣ୍ଟ୍ରୋଲ ନ କରିପାରି ସିଧା ରାସ୍ତା ଉପରେ ଖସି ପଡିଥିଲେ। ଏଭଳି ବିପଦପୂର୍ଣ୍ଣ ଯାତ୍ରା ପାଇଁ ପୋଲିସ ପାଖାପାଖି ୨୦ ଜଣ ଛାତ୍ରଙ୍କୁ ଗିରଫ କରିଛନ୍ତି।

Advertisement