Friday, September 25, 2026
ADVERTISEMENT
Home ଜାତୀୟ ପାକିସ୍ଥାନ : ମୋଦୀଙ୍କ ବିମାନକୁ ଆକାଶପଥ ମନା କରିବାରୁ ‘ଆଇସିଏଓ’ରେ ଫେରାଦ ହେଲା ଭାରତ

ପାକିସ୍ଥାନ : ମୋଦୀଙ୍କ ବିମାନକୁ ଆକାଶପଥ ମନା କରିବାରୁ ‘ଆଇସିଏଓ’ରେ ଫେରାଦ ହେଲା ଭାରତ

262
ADVERTISEMENT

ନୂଆଦିଲ୍ଲୀ,୨୮।୧୦(ଡ଼ି.ଏଚ) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଯାତାୟାତ ଲାଗି ଆକାଶପଥ ମନା କରିବାରୁ ଭାରତ ପାକିସ୍ତାନ ବିରୋଧରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସିଭିଲ୍‌ ଏଭିଏସନ୍‌ ଅର୍ଗାନାଇଜେସନ୍‌’ (ଆଇସିଏଓ) ଅଭିଯୋଗ କରିଛି। ସୋମବାର ଠାରୁ ଆରମ୍ଭ ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଉଦି ଆରବ ଗସ୍ତ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଯିବା ଲାଗି ପାକିସ୍ତାନ ତା’ର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ଦେବ ନାହିଁ ବୋଲି ରବିବାର ଦିନ ଘୋଷଣା କରିଥିଲା।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ସରକାରୀ ଅଧିକାରୀ କହିଛନ୍ତି: ଭିଭିଆଇପିମାନଙ୍କ ସ୍ୱତନ୍ତ୍ର ବିମାନକୁ ପୁଣି ଆକାଶ ପଥରେ ନ ଛାଡ଼ିବାକୁ ପାକିସ୍ତାନ ସରକାରଙ୍କର ନିଷ୍ପତ୍ତି ପ୍ରତି ଆମେ ଦୁଃଖ ପ୍ରକାଶ କରୁଛୁ। ଯେକୌଣସି ସାଧାରଣ ଦେଶ ଏଥିପାଇଁ ନିମିତ ଅନୁମତି ପ୍ରଦାନ କରନ୍ତି। ସେ କହିଛନ୍ତି ଦେଶ ଉପର ଦେଇ ଉଡ଼ିଯିବା ଲାଗି ଅନୁମତି ଲୋଡ଼ାଯାଏ ଏବଂ ଆଇସିଏଓର ଗାଇଡ୍‌ଲାଇନ୍‌ ଆଧାରରେ ଅନ୍ୟ ଦେଶମାନେ ଏଥିପାଇଁ ଅନୁମତି ଦିଅନ୍ତି। ପାକିସ୍ତାନ ଏହା ଅଗ୍ରାହ୍ୟ କରିଥିବାରୁ ଏ କଥା ଆମେ ଆଇସିଏଓରେ ପକାଇଛୁ। ଏଥିପାଇଁ ପାକିସ୍ତାନକୁ ବହୁତ ଅର୍ଥ ଜରିମାନା ଦେବାକୁ ପଡ଼ିପାରେ।

Advertisement