Wednesday, September 23, 2026
ADVERTISEMENT
Home ମୁଖ୍ୟ ଖବର ସରିଗଲା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ, କିନ୍ତୁ ସରୁନି ଚର୍ଚ୍ଚା

ସରିଗଲା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ, କିନ୍ତୁ ସରୁନି ଚର୍ଚ୍ଚା

412
ADVERTISEMENT

କେନ୍ଦ୍ରାପଡା,୧୮/୬(ଦୁନିଆ ହାଲଚାଲ ): ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଗସ୍ତ। ସୋମବାର ଦିନ ସ୍ନାନପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ସ୍ନାବେଦୀରେ ପ୍ରଭୁ ଶ୍ରୀ ବଳଦେବଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦେବ ଦର୍ଶନକୁ ନେଇ କେନ୍ଦ୍ରାପଡାରେ ରାଜନୀତି ଜୋର ଧରିଛି। ବିଭିନ୍ନ ରାଜନୈତକି ଦଳ ଏହି ଗସ୍ତକୁ ରାଜନୀତିର ରଂଗ ଦେଉଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପାଟକୁରା ପାଇଁ ଆଶୀର୍ବ।ଦ ଭିକ୍ଷା କରିବାକୁ ଆସିଥିବା କହିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପରିବାର।ଗୋଟେ ପଟେ ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବ।ଚନରେ ଦଳର ବିଜୟ ପାଇଁ ମାନସିକ କରିବାକୁ ଆସିଥିବା ବଳେ ଅନ୍ୟପଟେ ମାନସିକ ପୂରଣ ହେବାରୁ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ନିର୍ବ।ଚନ ଜିତି ଥିବାରୁ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା କନକ ଦୁର୍ଗ। ମନ୍ଦିରରେ ସାଂସଦ ଅନୁଭବ ମହାନ୍ତି ପୂଜାର୍ଚ୍ଚନା କରିଛନ୍ତି। ଏଥିରୁ ଯାହା ବୁଝା ପଡୁଛି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ କରୁଣା ପାଇ ବିଜେଡି କେନ୍ଦ୍ରାପଡା ଗଡକୁ ଦଖଲ କରିବାରେ ସଫଳ ହୋଇଛି। ଏବେ ପୁର୍ନବାର ପାଟକୁରା ପାଇଁ ତିନି ଦିଅଙ୍କ ସରଣାପନ୍ନ ହୋଇଛି ଟିମ୍ ବିଜେଡି। ଯେକୌଣସି ମୂହୂର୍ତରେ ବି ପାଟକୁରା ନିର୍ବ।ଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସେ ଦୃଷ୍ଟିରୁ କେନ୍ଦ୍ରାପଡା ଜିଲ୍ଲାରେ ରାଜନୈତିକ ଦଳମାନେ ବେଶ୍ ସକ୍ରୀୟ ହୋଇ ଉଠିଛନ୍ତି। ପାଟକୁରାକ ନିର୍ବ।ଚନକୁ ଦୃଷ୍ଟିରେ ରଖି ବିଜେଡି ତାର ମଜବୁତ୍ ରଣନିତୀ ପ୍ରସ୍ତୁତ କରିଥିବା ବଳେ ବିଜେପି ରୋଡ ଶୋ ଓ ପଥପ୍ରାନ୍ତ ସଭାମାନ ଆରମ୍ଭ କରିଦେଲାଣି। କଂଗ୍ରେସ୍ ପ୍ରାର୍ଥୀ ମଧ୍ୟ ଦଳୀୟ କର୍ମୀଙ୍କ ସହିତ ଗୁପ୍ତ ବୈଠକରେ ମାତିଲେଣି। ଏ ସବୁ ସତ୍ବେ ମୁଖ୍ୟନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତକୁ ଭିନ୍ନଦୃଷ୍ଟିରେ ଦେଖୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ।


Advertisement