ବ୍ରହ୍ମପୁର, ୧୮/୬(ଦୁନିଆ ହାଲଚାଲ)-ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଜୁନିୟର ଡ଼ାକ୍ତର ଏସୋସିଏଶନ୍ (ଜେଡିଏ) ତରଫରୁ ପଶ୍ଚିମବଙ୍ଗ ଡ଼ାକ୍ତର ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଡ଼ାକ୍ତରଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କରି ସୋମବାର ଜେଡିଏ ତରଫରୁ ଆଉଟ ଡୋରରେ ଚିକିତ୍ସା ବନ୍ଦ ରଖାଯାଇଥିଲା ।ଫଳରେ ରୋଗୀସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । କରାଯାଇଥିଲା । ଆଉଟଡୋର ବ୍ୟତୀତ କାଜୁଆଲଟି, ଓଟି, ଲେବରରୁମ ସହିତ ଅନ୍ୟ ଜରୁରୀକାଳୀନ ବିଭାଗରେ ରୋଗୀ ସେବା ବନ୍ଦ କରାଯାଇନାହିଁ। କେବଳ ଆଉଟ ଡୋରକୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୋମବାର ଚିକିତ୍ସା ସେବା ବନ୍ଦ କରାଯାଇଛି ବୋଲି ଜେଡିଏ ସଭାପତି ତୁଷାରକାନ୍ତ ରଥ ସୂଚନା ଦେଇଛନ୍ତି । ସୋମବାର ଅନୁଷ୍ଠିତ ଏହି ବିକ୍ଷୋଭରେ ପ୍ରାୟ ୩ ଶହ ଡାକ୍ତର ସାମିଲ ହୋଇଥିଲେ । ଫଳରେ ରୋଗୀସେବା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା।



















