Tuesday, September 8, 2026
ADVERTISEMENT
Home ଜିଲ୍ଲା ପାଇକମାଲ ଅଞ୍ଚଳରେ ଜନତାଙ୍କ ସ୍ବାସ୍ଥ୍ଯ ସମସ୍ଯା

ପାଇକମାଲ ଅଞ୍ଚଳରେ ଜନତାଙ୍କ ସ୍ବାସ୍ଥ୍ଯ ସମସ୍ଯା

624
ADVERTISEMENT

ପାଇକମାଲ,୨୩/୧୦(ଡି.ଏଚ /କୁଞ୍ଜବିହାରୀ ସାହୁ ) : ପାଇକମାଳ ଏକ ଜନ ବହୁଳ ଅଂଚଳ କେବଳ ପାଇକମାଳ ସହରର ଜନସଂଖ୍ଯା ଦଶ ହଜାରରୁ ଉର୍ଦ୍ଧ୍ବ ହେବ l ଏହା ଉପରେ ଅନେକ ଛୋଟ ବଡ ଗାଁର ଲୋକେ ନିର୍ଭର କରନ୍ତି l ପାଇକମାଳରୁ ମାତ୍ର ୪ କି.ମି. ଦୂରତାରେ ରହିଛି , ପଶ୍ଚିମ ଓଡିଶାର ମୂଖ୍ଯ ପର୍ଯ୍ଯଟନ ସ୍ଥଳୀ ନରସିଂହ ନାଥ, ଯେଉଁଠାକୁ ପ୍ରତିଦିନ ରାଜ୍ଯ ତଥା ରାଜ୍ଯ ବାହାରୁ ହଜାର ହଜାର ତୀର୍ଥଯାତ୍ରୀ ଆସନ୍ତି ପାଇକମାଳରେ କେଉଁ ମାନ୍ଧାତା ଅମଳରୁ ଏକ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ଅଛି, ଯାହା ଅଂଚଳ ବାସିଙ୍କୁ ସେବା ଯୋଗାଇ ଆସୁଅଛି ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ଯ କେନ୍ଦ୍ରରେ ସେବାର ଚାହିଦା ପୂରଣ କରିବାରେ ପର୍ଯ୍ଯାପ୍ତ ନୁହେଁ l ୨୪ ଘଂଟିଆ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ନାହିଁ l ପ୍ରତିଦିନ ଏଠାରେ ଆଉଟଡୋରରରେ ୧୦୦ରୁ ଅଧିକ ରୋଗୀଙ୍କୁ ଦେଖାହୁଏ l ଏଠି ଜଣେ ଡାକ୍ତର,ଜଣେ ଆୟୁଷ୍ ଡାକ୍ତର,ଜଣେ ଫାର୍ମାସିଷ୍ଟ , ଜଣେ ଡ୍ରେସର,ଜଣେ ଆଟେଣ୍ତାଣ୍ଟ,ଦୁଇ ଜଣ ଏ.ଏନ୍ .ଏମ୍ . ଅଛନ୍ତି lସଫାସୁତୁରା କରିବା ପାଇଁ ନିୟମିତ କର୍ମଚାରୀ ନାହାନ୍ତି l ନାହାନ୍ତି ଡାକ୍ତରଖାନାର ସୁରକ୍ଷା ପାଇଁ ରାତ୍ର ଜଗୁଆଳି ମାତ୍ର ଏଠି ଅଛି ୧୪ ବେଡ୍ ବିଶିଷ୍ଟ ଇଣ୍ଡୋର ସୁବିଧା l ସରକାରଂକ ମମତା ଯୋଜନାରେ ଗର୍ଭବତୀ ମହିଳାଂକର ଏଠାରେ ଚିକିସ୍ଚା କରାଯାଇ , ପ୍ରସବ ମଧ୍ଯ କରାଯାଏ l ମାତ୍ର ନାହାନ୍ତି ସ୍ତ୍ରୀ ରୋଗ ବିଶେଷଞ l ପ୍ରସବୋତ୍ତର ମା ଓ ନବଜାତ ଶିଶୁ ର ସ୍ବାସ୍ଥ୍ଯ ସମସ୍ଯାର ସମାଧାନ ପାଇଁ ଏଠାରେ ସୁବିଧା ନାହିଁ l ଶିଶୁ ବିଶେଷଞ ଏଠାରେ ନାହାନ୍ତି , ନା ଅଛନ୍ତି ଭେଷଜ ଓ ଶଲ୍ଯ ବିଶେଷଞ l ଲୋକେ ବିଶେଷଞ ଡାକ୍ତରଂକ ଚିକିସ୍ଚା ପାଇବା ପାଇଁ ଦୂର ଦୂରାନ୍ତକୁ ଯାଇଥାନ୍ତି l

Advertisement