Tuesday, September 29, 2026
ADVERTISEMENT
Home କୋରାପୁଟ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ ପରେ ଜାତୀୟ ରାଜପଥ ୨୬ରୁ ଜବରଦଖଲ ଉଚ୍ଛେଦ

ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ ପରେ ଜାତୀୟ ରାଜପଥ ୨୬ରୁ ଜବରଦଖଲ ଉଚ୍ଛେଦ

272
ADVERTISEMENT

ଜୟପୁର, ୨୨/୧୦ (ଡି.ଏଚ/ଦୟାନିଧି ପଟ୍ଟନାୟକ) : କୋରାପୁଟ ଜିଲ୍ଲା ଜୟପୁର ସହରର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଜବର ଦଖଲ ଉଚ୍ଛେଦ ନେଇ ପ୍ରଶାସନ ଦେଇଛି ଗୁରୁତ୍ୱ। ଜାତୀୟ ରାଜପଥ ଉଭୟ ପଟେ ବଡ଼ ବଡ଼ ପାର୍କିଂ ହେଇଥିବା ନେଇ ସହରରେ ଜଣେ ସଚେତନ ନାଗରିକ ମୂଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଥିଲେ। ମୂଖ୍ୟମନ୍ତ୍ରୀ ଅଫିସ ରୁ କୋରାପୁଟ ଏସିଙ୍କୁ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିଥିଲା। ଫଳରେ ଉପଜିଲ୍ଲାପାଳ ଲୋକ ନାଥ ଦଳ ବେହେରା ନୋଟିସ ଜାରୀ କରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ଉପଜିଲ୍ଲାପାଳ ଲୋକ ନାଥ ଦଳ ବେହେରାଙ୍କ ଅଧ୍ୟକ୍ଷତାରେ ଉଛେଦ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ରାଜପଥରେ ଜବର ଦଖଲ ଉଛେଦ ହେବା ସଙ୍ଗେ ସଙ୍ଗେ ଡ୍ରେନ ନିର୍ମାଣ କରିବା,ବାରଣିପୁଟ ଠାରୁ ଜିଲ୍ଲା ଚିକିତ୍ସାଳୟ ମଧ୍ୟରେ ରାଜପଥ କଡ଼ରେ ପାର୍କିଂ କଲେ ୨ ରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ ନିଷ୍ପତ୍ତି ହୋଇଛି। ଏହା ସହ ମୁଖ୍ୟ ଟ୍ରାଫିକ ଛକ ନିକଟରେ ଥିବା ଶୌଚାଳୟକୁ ମଧ୍ୟ ଭଙ୍ଗା ଯିବାକୁ ନିଷ୍ପତ୍ତି ହୋଇଛି।ଜବର ଦଖଲ ଉଚ୍ଛେଦ ନେଇ ଉପ ଜିଲ୍ଲାପାଳଙ୍କ ତରଫରୁ ସହଯୋଗ ନୋଟିସ ଜାରି କରାଯାଇଥିଲା ବେଳୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି। ଯେଉଁମାନଙ୍କର ଗାଡି ଜାତୀୟ ରାଜପଥ କଡ଼ରେ ରଖିଛନ୍ତି ସୋମାନେ ନିଜେ ନିଜେ ବାହାର କରିବାକୁ କୁହାଯାଇଛି। ଯେଉଁ ମାନେ ବାହାର କରି ନଥିବେ ବୈଠକରେ ସେମାନଙ୍କ ପାଇଁ ୨ ରୁ ୫ ହଜାର ଟଙ୍କା ଯାଏ ଜୋରିମାନା ସ୍ଥିର କରାଯାଇଛି।

Advertisement