ବିଜେପି କାର୍ଯ୍ୟକାରୀ ମନୋନୀତ ସଭାପତି ହେଲେ ଜେପି ନଡ୍ଡା

150
ADVERTISEMENT

ନୂଆଦିଲ୍ଲୀ, ୧୮/୬ (ଡି.ଏଚ.ବି): ବିଜେପିର ବରିଷ୍ଠ ନେତା ଜଗତପ୍ରକାଶ ନଡ୍ଡା ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ମନୋନୀତ ହୋଇଛନ୍ତି । ସେହିପରି, ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସଭାପତି ପଦ ପୂର୍ବପରି ସମ୍ଭାଳିବେ । ଆଜି ବିଜେପି ମୁଖ୍ୟାଳୟଠାରେ ବସିଥିବା ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ଏହି ଘୋଷଣା କରାଯାଇଛି । ଶାହା ବର୍ତ୍ତମାନ ପାଇଁ ଦଳର ସଭାପତି ରହିଥିଲେ ମଧ୍ୟ ଦଳର ନିତିଦିନିଆ କାର୍ଯ୍ୟ ନଡ୍ଡା ହିଁ ଦେଖିବେ ।

ମିଳିଥିବା ସୂଚନାନୁଯାୟୀ, ଅମିତ ଶାହା ଚଳିତବର୍ଷ ହେବାକୁଥିବା ୩ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିୟାଣାର ବିଧାନସଭା ନିର୍ବାଚନ ପରେ ସଭାପତି ପଦ ଛାଡିପାରନ୍ତି । କାରଣ ବିଜେପି ସେଠାକାର କ୍ଷମତା ବଜାୟ ରଖିବାକୁ ଚାହୁଁଛି । ଏହା ପରେ ବୋଧେ ନଡ୍ଡା ଦଳର ମଙ୍ଗ ଧରିବେ ।

Advertisement