ପୁଣି ନାରୀ ନିର୍ଯ୍ଯାତନା

362
ADVERTISEMENT

ଜୟପୁର,୧୯/୧୦(ଡି.ଏଚ/ଦୟାନିଧି ପଟ୍ଟନାୟକ) : ବାରମ୍ବାର ନାରୀଙ୍କ ପାଇଁ ସରକାର କଡା କାନୁନ୍ ନିୟମ କରିଛନ୍ତି, ତଥାପି କିଛି ଲୋକ ନାରୀଙ୍କୁ ସମ୍ମାନ ଦେଉନାହାନ୍ତି ଓ ସରକାରଙ୍କ ନିୟମକୁ ଖାତିର କରୁନାହାନ୍ତି । ପୁଣି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାର କୋଟପାଡ ଠାରେ। କୋଟପାଡ NAC ଅନ୍ତର୍ଗତ ବଡଦୁଆର ସାହିର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦିର୍ଘ ପାଞ୍ଚ ବର୍ଷ ପ୍ରେମ ସଂପର୍କ ରଖିଥିଲେ । ଏବେ ପ୍ରତାରଣା କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଏ ନେଇ କୋଟପାଡ ଥାନାରେ ଅଭିଯୋଗ ହୋଇଛି। କୋଟପାଡ ବଡଦୁଆର ସାହିର ଯୁବକଙ୍କୁ ସାହି ନିବାସୀ ରାମେଶ୍ବର ମହାପାତ୍ରଙ୍କ ପୁଅ ବିକ୍ରମ ମହାପାତ୍ର ପ୍ରେମ କରୁଥିଲେ। ବିକ୍ରମ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ। ଯୁବତୀ ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ବିକ୍ରମ ମହାପାତ୍ର ତାଙ୍କୁ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ଯାତନା ଦେଇଥିଲେ ଜୋରଜବରଦସ୍ତି ଔଷଧ ଖୁଆଇ ଗର୍ବପାତ କରି ଦେଇଛନ୍ତି ବୋଲି ଜଛନା ରାଓ(ନିର୍ଯ୍ୟାତନା ପାଇଥିବା ଝିଅ)ଅଭିଯୋଗ ଆଣିଛନ୍ତି । କୋଟପାଡ ପୋଲିସ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି, ହେଲେ ପୋଲିସ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ଥାନାଧିକାରୀ ମନା କରିଦେଇଛନ୍ତି ।। ସେପଟେ ନ୍ୟାୟ ପାଇଁ ଦାବୀ କରିଛନ୍ତି ଯୁବତୀ ଜଣକ ।

Advertisement